ETV Bharat / business

Campa Cola Come Back ! ବିଦେଶୀ କମ୍ପାନୀକୁ ଟକ୍କର ଦେବ ଦେଶୀ ବ୍ରାଣ୍ଡ

author img

By

Published : Sep 2, 2022, 12:07 PM IST

ଭାରତୀୟ ବଜାରରେ ପୁଣି ରାଜ୍ କରିପାରେ ଦେଶୀ ମୃଦୁ ପାନୀୟ କାମ୍ପା କୋଲା(Campa Cola Come Back) । ବିଲିୟନେୟାର ମୁକେଶ ଅମ୍ବାନୀ(Mukesh Ambani)ଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(Reliance Industries) କାମ୍ପା କୋଲାକୁ ନିଜ ଅଧୀନକୁ ନେଇ ଥିବାବେଳେ ଚଳିତ ବର୍ଷ ଦୀପାବଳିରୁ ତିନୋଟି ଟେଷ୍ଟ ସହ ଫେରୁଛି କାମ୍ପା କୋଲା । ଅଧିକ ପଢନ୍ତୁ

Etv BharatCampa Cola Come Back ! ବିଦେଶୀ ମୃଦୁ ପାନୀୟ କମ୍ପାନୀକୁ ଟକ୍କର ଦେବ ଦେଶୀ ବ୍ରାଣ୍ଡ

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରୁଛି ମୃଦୁ ପାନୀୟ କାମ୍ପା କୋଲା(Campa Cola Come Back) । 5 ଦଶନ୍ଧି ପୂର୍ବରୁ ଦେଶର କୋଲା ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଆଇକନିକ୍ କାମ୍ପା କୋଲା ଚଳିତ ବର୍ଷ ଦୀପାବଳି ସୁଦ୍ଧା ପୁନର୍ବାର ଲଞ୍ଚ ହେବାର ସମ୍ଭାବନା ରହିଛି । ତିନୋଟି ଫ୍ଲେଭର ଅରିଜିନାଲ, ଲେମନ ଏବଂ ଅରେଞ୍ଜ ସହ କମ୍ ବ୍ୟାକ୍ କରିବ କାମ୍ପା ।

ତେବେ ବିଲିୟନେୟାର ମୁକେଶ ଅମ୍ବାନୀ(Mukesh Ambani)ଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(Reliance Industries), କାମ୍ପା କୋଲା କମ୍ପାନୀକୁ 22 କୋଟି ମୂଲ୍ୟରେ କ୍ରୟ କରି ନିଜ ଅଧୀନକୁ ନେଇଛି । ଚଳିତ ବର୍ଷ ଦୀପାବଳି ସୁଦ୍ଧା ଭାରତୀୟ ବଜାରରେ ଏହାର ପୁନର୍ବାନ ଲଞ୍ଚ ନେଇ ଲକ୍ଷ୍ୟ ରଖିଛି କମ୍ପାନୀ । କେମ୍ପା କୋଲାର ପୁନଃର୍ବାର ଲଞ୍ଚ ପରେ ଏହା ଆମେରିକୀୟ କୋକା କୋଲା(Coca Cola) ଏବଂ ପେପ୍ସି(Pepsi) ବ୍ରାଣ୍ଡକୁ ଟକ୍କର ଦେଇପାରେ, ଯେଉଁ କମ୍ପାନୀଗୁଡିକ ବର୍ତ୍ତମାନ ଭାରତୀୟ ବଜାରରେ ରାଜ୍ କରୁଛନ୍ତି । ତେବେ ରିଲାଏନ୍ସ FMCG(Fast-moving consumer goods) ବ୍ୟବସାୟକୁ ବ୍ୟାପକ କରିବା ପାଇଁ ରଣନୀତିର ଏକ ଅଂଶ ଭାବରେ କାମ୍ପା କୋଲାକୁ ନିଜ ଅଧୀନକୁ ନେଇଛି ।

ତେବେ ଆଇକନିକ୍ କାମ୍ପା କୋଲା ବ୍ରାଣ୍ଡ ଅରିଜିନାଲ, ଲେମନ୍ ଏବଂ ଅରେଞ୍ଜ ଫ୍ଲେଭର ସହ ପୁନଃର୍ବାର ବଜାରକୁ ଆସିବ ବୋଲି ଆଶା କରାଯାଉଛି । ରିଲାଏନ୍ସରୁ ଉତ୍ପାଦ କିଣୁଥିବା ରିଲାଏନ୍ସ ରିଟେଲ ଷ୍ଟୋର, ଜିଓମାର୍ଟ ଏବଂ ତେଜରାତି ଷ୍ଟୋରରେ ଏହି ଉତ୍ପାଦ ଉପଲବ୍ଧ ହେବ । ସୂଚନା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(RIL)ର 45ତମ ବାର୍ଷିକ ସାଧାରଣ ସଭା(AGM)କୁ ସମ୍ବୋଧିତ କରିବାବେଳେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍(RRVL)ର ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ, ‘‘ରିଲାଏନ୍ସ ରିଟେଲ ଚଳିତ ବର୍ଷ FMCG ବ୍ୟବସାୟ ଆରମ୍ଭ କରିବ । ଉତ୍ପାଦର ବିକାଶ ଏବଂ ବିତରଣ କରିବା ଏହି ବ୍ୟବସାୟର ଉଦ୍ଦେଶ୍ୟ’’ ।

Campa Cola ଇତିହାସ...

ତେବେ 1949 ମସିହାରେ ଭାରତୀୟ ବଜାରକୁ ବିଦେଶୀ ମୃଦୁ ପାନୀୟ କମ୍ପାନୀ କୋକା କୋଲାର ଏଣ୍ଟ୍ରି ହୋଇଥିଲା । ଧିରେ ଧିରେ ଏହାର ସ୍ବାଦ ଭାରତୀୟଙ୍କ ମୁଖ୍ୟ ପସନ୍ଦ ହୋଇଯାଇଥିଲା । ମାତ୍ର 1975 ଏମର୍ଜେନ୍ସି ପରେ କୋକା କୋଲାକୁ ଭାରତୀୟ ବଜାରରୁ ବାଦ୍ ଦେଇଥିଲେ ତତ୍କାଳୀନ ସରକାର । ଏହାପରେ ବଜାରକୁ ଆସିଥିଲା ଏକ ସରକାରୀ କମ୍ପାନୀ "ଡବଲ୍ ସେଭେନ 77", ମାତ୍ର ଏହି ମୃଦୁ ପାନୀୟର ଟେଷ୍ଟ ଭାରତୀୟଙ୍କୁ ପସନ୍ଦ ଆସିନଥିଲା । ଏହାରି ମଧ୍ୟରେ 1977 ମସିହାରେ ପିଓର ଡ୍ରିଙ୍କ୍ସ ଗ୍ରୁପ(Pure Drinks Group) କେମ୍ପା କୋଲାକୁ ଭାରତରେ ପରିଚିତ କରାଇଥିଲା । ଏହା ପରେ, ବିଦେଶୀ ପ୍ରତିଯୋଗିତାର ଅନୁପସ୍ଥିତିରେ ଏହି ବ୍ରାଣ୍ଡ ପରବର୍ତ୍ତୀ 15 ବର୍ଷ ପାଇଁ ଭାରତୀୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିଲା ।

ଏହି ବ୍ରାଣ୍ଡର ସ୍ଲୋଗାନ ଥିଲା "ଦି ଗ୍ରେଟ୍ ଇଣ୍ଡିଆନ୍ ଟେଷ୍ଟ", ଯାହା ଜାତୀୟତା ପ୍ରତି ଆକର୍ଷିତ ହୋଇଥିଲା । ପୁନଃର୍ବାର 1990 ଦଶକରେ ମୃଦୁ ପାନୀୟ ବଜାରକୁ ବିଦେଶୀ ନିଗମ ଫେରିବା ପରେ କାମ୍ପା କୋଲାର ଲୋକପ୍ରିୟତା ହ୍ରାସ ପାଇଲା ଏବଂ ପ୍ରତିଯୋଗିତାକୁ ବଜାୟ ରଖି ନ ପାରିବାରୁ ଧିରେ ଧିରେ ବଜାରରୁ ଗାଏବ ହୋଇ ଯାଇଥିବା କାମ୍ପା କୋଲା । ବର୍ତ୍ତମାନ, ଏହା କେବଳ ସୀମିତ ବଜାରରେ ପ୍ରଚଳିତ ହେଉଛି । ମାତ୍ର ବର୍ତ୍ତମାନ ଏହାକୁ ରିଲାଏନ୍ସ କ୍ରୟ କରିବା ପରେ ଭାରତୀୟ ବଜାରରେ ପୁନର୍ବାର ଦେଶୀ ବ୍ରାଣ୍ଡ ରାଜ୍ କରିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.