ETV Bharat / business

Cyber Fraud: ଅନଲାଇନରେ ଜାଲ ବିଛାଇଛନ୍ତି ସାଇବର ଠକ, ଏପରି ରୁହନ୍ତୁ ସତର୍କ - ସାଇବର ଠକ

ଅନଲାଇନ ସପିଂ କରୁଛନ୍ତି ତାହାଲେ ହୋଇଯାନ୍ତୁ ସାବଧାନ ! ଡିଜିଟାଲ ପେମେଣ୍ଟ ହୋଇପାରେ କାଳ । ସାଇବର ଠକାମୀରୁ ନିଜକୁ କିପରି ସୁରକ୍ଷିତ ରଖିବେ ଜାଣନ୍ତୁ ଉପାୟ । ଅଧିକ ପଢ଼ନ୍ତୁ

cyber fraud
cyber fraud
author img

By ETV Bharat Odisha Team

Published : Nov 12, 2023, 7:08 PM IST

ହାଇଦ୍ରାବାଦ: ଚାଲିଛି ପୂଜା ସିଜିନ । ପାର୍ବଣ ଋତୁ ଆସିଲେ ଅନଲାଇନରେ ସପିଂ ଅପେକ୍ଷାକୃତ ଟିକେ ବଢିଯାଏ । ଯାହାର ଫାଇଦା ଉଠାଇବାକୁ ଅନାଇ ବସିଥାନ୍ତି ସାଇବର ଠକ । ଆପଣ ବି ଯଦି ଅନଲାଇନ ସପିଂ କରୁଛନ୍ତି ତାହାଲେ ହୋଇଯାନ୍ତୁ ସାବଧାନ ! ଡିଜିଟାଲ ପେମେଣ୍ଟ ହୋଇପାରେ କାଳ । ଆପଣ ମଧ୍ୟ ହୋଇପାରନ୍ତି ସାଇବର ଠକାମୀର ଶିକାର । ଆକର୍ଷଣୀୟ ଅଫର ଓ ଉପହାର ଆଳରେ ଠକି ନେବେ ସାଇବର ଠକ । ଏଭଳି ସାଇବର ଠକାମୀରୁ ନିଜକୁ କିପରି ସୁରକ୍ଷିତ ରଖିବେ ଜାଣନ୍ତୁ ଉପାୟ ।

ଡିଜିଟାଲ ପେମେଣ୍ଟ ବେଳେ ସତର୍କ ରୁହନ୍ତୁ: ପାର୍ବଣ ଋତୁ ଆସିବା କ୍ଷଣି ସାଇବର ଠକମାନେ ସକ୍ରିୟ ହୋଇଉଠନ୍ତି । ସେମାନେ ଏଭଳି ଲୋକଙ୍କୁ ଖୋଜିଥାନ୍ତି ଯେଉଁମାନଙ୍କୁ ସହଜରେ ସେମାନଙ୍କ ଠକାମୀ ଜାଲରେ ଫସାଇ ପାରିବ । ଖାସକରି ପାର୍ବଣ ଋତୁ ଆସିବା ମାତ୍ରେ ଅନଲାଇନ ସପିଂ ଓ ଡିଜିଟାଲ ପେମେଣ୍ଟ କରୁଥିବା ଲୋକଙ୍କ ଉପରେ ସେମାନଙ୍କ ନଜର ଥାଏ । ଆଜିକାଲି ଅନଲାଇନ ସପିଂର ପ୍ରଚଳନ ଖୁବ୍ ଜୋରସୋରରେ ଚାଲିଛି । ଏହା ସହିତ ଡିଜିଟାଲାଇଜେସନ କାରଣରୁ ଲୋକ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏହାର ଫାଇଦା ଉଠାଉଛନ୍ତି ସାଇବର ଲୁଟେରା । ପାର୍ବଣ ଆସିବା କ୍ଷଣି ବିଭିନ୍ନ ଆକର୍ଷଣୀୟ ଅଫର ସହିତ ଫେକ୍ ଇମେଲ ଓ ମେସେଜ୍ ପଠାଇ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ କାଢ଼ି ନିଅନ୍ତି । ନକଲି ୱେବସାଇଟ୍ ସାହାଯ୍ୟରେ ମଧ୍ୟ ଆପଣଙ୍କ ଟଙ୍କା ଲୁଟି ନିଅନ୍ତି ଏହି ସାଇବର ଠକ । ତେଣୁ ଏହି ପାର୍ବଣ ଋତୁରେ ସଚେତନ ହୋଇ ଆପଣ ନିଜର ସୁରକ୍ଷା କରି ପାରିବେ । ଏହି ସୂଚନା ଆପଣଙ୍କୁ ସାଇବର ଠକାମୀ ଠାରୁ ସୁରକ୍ଷିତ କରିବା ପାଇଁ ।

ହ୍ବାଟ୍ସଆପରୁ ଆସିପାରେ ଅଜଣା ନମ୍ବରରୁ ଲିଙ୍କ୍‌: ହ୍ବାଟ୍ସଆପ ଓ SMSରେ ଆସିଥିବା ଲିଙ୍କ୍‌ ଆସିପାରେ । କାହିଁକି ନା ସାଇବର ଠକ ଲିଙ୍କ୍‌ ପଠାଇ ଟଙ୍କା ଲୁଟ୍‌ କରିବା ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରିଥାନ୍ତି । ସେହି ମେସେଜରେ ଏକ ଲିଙ୍କ ଥାଏ ଜାହାକୁ କ୍ଲିକ୍ କଲେ ଆକର୍ଷଣୀୟ ଉପହାର ମିଳିବ ବୋଲି ଲେଖାଥାଏ । କିନ୍ତୁ ବାସ୍ତବରେ ସେ ଲିଙ୍କ ମେଲୱେୟର କ୍ରିୟେଟ କରେ । ଯାହାକି ଆପଣଙ୍କ ଅନଲାଇନ ଗତିବିଧିକୁ ଟ୍ରାକ କରିପାରେ । ଏହି ଟ୍ରାକିଂ ସମସ୍ୟାରୁ ସୁରକ୍ଷିତ ରହିବା ପାଇଁ ଏଭଳି ମେସେଜରେ ଥିବା ଲିଙ୍କକୁ ଆଦୌ କ୍ଲିକ୍ କରନ୍ତୁ ନାହିଁ ।

ପାର୍ସଲ ଓ କୋରିଅରରୁ ଠକେଇ: କୋରିଅର ଠକେଇ ଏକ ନୂତନ ଧରଣର ଠକେଇ । ଲୁଟେରା ଡେଲିଭରି କରିବା ବାହାନାରେ ଆସନ୍ତି । ଆପଣଙ୍କ ମନା କରିବାପରେ ମଧ୍ୟ ଆପଣଙ୍କୁ କଥାରେ ଛନ୍ଦି ଆପଣଙ୍କୁ ପାର୍ସଲ ରଖିବାକୁ ବାଧ୍ୟ କରନ୍ତି । ପରେ ପାର୍ସଲ ଡେଲିଭରିର କନଫରମେସନ କରିବା ବାହାନାରେ ମୋବାଇଲ ନମ୍ବର ନେଇ ଓଟିପି ମାଗି ଆପଣଙ୍କ ବ୍ୟଙ୍କ ତଥ୍ୟ ନେଇ ଟଙ୍କା ଲୁଟି ନିଅନ୍ତି । ଏହି ସମସ୍ୟାରୁ ସୁରକ୍ଷିତ ରହିବା ପାଇଁ କୌଣସି ଅଜଣା ବ୍ୟକ୍ତିଙ୍କୁ ଓଟିପି କିମ୍ବା ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁନାହିଁ ।

ଏହା ମଧ୍ୟ ପଢ଼ନ୍ତୁ......Cyber Fraud: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲ କରି ଠକେଇ, ଅଭିଯୁକ୍ତ କିନ୍ନରକୁ ବାନ୍ଧିଲା ପୋଲିସ

ସମୟ ବଦଳିବା ସହ ସାଇବର ଲୁଟେରା ବିଭିନ୍ନ ଜାଲ ବିଛାଇ ଆପଣଙ୍କୁ ଲୁଟି ପାରନ୍ତି । ସଚେତନ ନାଗରିକ ଭାବେ ଅନଲାଇନ ସପିଂ ହେଉ ଅବା କୌଣସି ଅନଲାଇନ କାର୍ଯ୍ୟ କରୁଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଫଳରେ ଆପଣ ବି ସାଇବର ଠକେଇରୁ ନିଜକୁ ବଞ୍ଚାଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.