ETV Bharat / business

ଲକ୍ଷ୍ୟ ଠାରୁ ବହୁତ ପଛରେ ଆୟୁଷ୍ମାନ ଭାରତ ଯୋଜନା, ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ 28.45 କୋଟି

author img

By ETV Bharat Odisha Team

Published : Dec 23, 2023, 8:08 PM IST

Ayushman Bharat Yojana: ଆୟୁଷ୍ମାନ ଭାରତ ଯୋଜନାରେ ବର୍ତ୍ତମାନ ସୁଦ୍ଧା 28.45 କୋଟି ପଞ୍ଜିକରଣ କରାଯାଇଛି । ଯାହା ଲକ୍ଷ୍ୟ ଥିବା 55 କୋଟି ଏନରୋଲମେଣ୍ଟ ଠାରୁ ବହୁତ ପଛରେ ରହିଛି । ଅଧିକ ପଢ଼ନ୍ତୁ

Ayushman Bharat Yojana
Ayushman Bharat Yojana

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନାରେ ବର୍ତ୍ତମାନ ସୁଦ୍ଧା 28.45 କୋଟି ପଞ୍ଜିକରଣ କରାଯାଇଛି । ଯାହା ଲକ୍ଷ୍ୟ ଥିବା 55 କୋଟି ଏନରୋଲମେଣ୍ଟ ଠାରୁ ବହୁତ ପଛରେ ରହିଛି । ଆର୍ଥିକ ବର୍ଷ 2025ରେ ଏହାର ବଜେଟ ଆଉଟଲେ ବଢିବାର ସମ୍ଭାବନା ରହିଛି । ଆୟୁଷ୍ମାନ ଭାରତ ଏକ ରାଷ୍ଟ୍ରିୟ ସାର୍ବଜନିକ ସ୍ବାସ୍ଥ୍ୟ ବୀ ମା ଯୋଜନା । ଯାହା ଦେଶର ସ୍ୱଳ୍ପ ଆୟ କରୁଥିବା ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ବୀମାକୁ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟରେ ରଖି କରାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଜନସଂଖ୍ୟାର ସର୍ବନିମ୍ନ 50 ପ୍ରତିଶତ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି ।

ଭାରତରେ ବର୍ତ୍ତମାନ ଦିନକୁ ଦିନ COVIDର ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଏହା ମଧ୍ୟରେ ଆର୍ଥିକ ବର୍ଷ 2024 (FY24)ରେ ଆୟୁଷ୍ମାନ ଭାରତଙ୍କ ପାଇଁ 7,200 କୋଟି ଟଙ୍କାର ବଜେଟ୍ ଖର୍ଚ୍ଚ ଉପରେ କୌଣସି ଚାପ ପଡ଼ିବାର ସମ୍ଭାବନା ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ 288 ଟି ନୂଆ କରୋନାଭାଇରସ୍ ସଂକ୍ରମଣ ରେକର୍ଡ ହୋଇଛି । ଯେତେବେଳେ କି ସକ୍ରିୟ ମାମଲା 1,970 କୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ.........Ayushman Bharat Digital Mission: ଗୋଟିଏ ପ୍ଲାଟଫର୍ମରେ ପ୍ରତି ନାଗରିକଙ୍କୁ ମିଳିବ ଏବେ ସ୍ବାସ୍ଥ୍ୟସେବା, ଶୁଭାରମ୍ଭ କଲେ ମୋଦି

ପିଡବ୍ଲ୍ୟୁସି ପାର୍ଠନର ରନେନ ବାନାର୍ଜୀ ମିଡିଆକୁ ଦେଇଥିବା ସୂଚନା ଅନୁସାରେ, ଆୟୁଷ୍ମାନ ଭାରତ ଅଧୀନରେ ଖର୍ଚ୍ଚ ବଢ଼ିପାରେ । କାରଣ ଏହା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଏକ ବୀମା ଯୋଜନା । କିନ୍ତୁ ବର୍ତ୍ତମାନ ସ୍ଥିତିରେ କୋଭିଡ୍ ମାମଲା ଗୁଡ଼ିକର ବୃଦ୍ଧି ସହିତ ଏହା ଚଳିତ ବର୍ଷର ବଜେଟ୍ ଉପରେ ଅଧିକ ପ୍ରଭାବ ପକାଇପାରେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ ଆଉ ଗୁରୁତର ମହାମାରୀ ନୁହେଁ ଏବଂ ଅନେକ ନୂତନ ଷ୍ଟ୍ରେନ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । କିନ୍ତୁ ବୃଦ୍ଧ ଲୋକମାନଙ୍କ ପ୍ରତି ଅଧିକ ବିପଦ ଅଛି ।

ଆର୍ଥିକ ବର୍ଷ 2025 ରେ ଆୟୁଷ୍ମାନ ଭାରତ ପାଇଁ ଆବଣ୍ଟନରେ 50 ପ୍ରତିଶତ ବୃଦ୍ଧି ହେବା ଦ୍ବାରା ମଧ୍ୟ ବଜେଟରେ କୌଣସି ଆର୍ଥିକ ପ୍ରଭାବ ପକାଇବ ନାହିଁ । ରନେନ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ବର୍ଷ ପାଇଁ ଆବଣ୍ଟନରେ 50 ପ୍ରତିଶତ ବୃଦ୍ଧି ହେବା ସହ ପ୍ରାୟ 11,000 କୋଟି ଟଙ୍କା ସହ ଏହି ଯୋଜନାକୁ ଆରାମରେ ଅର୍ଥ ପ୍ରଦାନ କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.