ETV Bharat / business

ଆହୁରି ମହଙ୍ଗା ହେବ ଭାରତର ସବୁଠୁ ମହଙ୍ଗା କାର

author img

By ETV Bharat Odisha Team

Published : Nov 27, 2023, 7:01 PM IST

audi india to hike prices: ଅଟୋମୋବାଇଲ ନିର୍ମାତା ଅଡି ଭାରତରେ ଲକ୍ଜରୀ କାରର ଦାମରେ ବୃଦ୍ଧି କରିବାକୁ ଯାଉଛି । ଅଡି ଆସନ୍ତା ବର୍ଷ ଜାନୁଆରୀ ମାସଠାରୁ ନିଜର ସମସ୍ତ ରେଂଜର ବାହନର ଦାମରେ 2 ପ୍ରତିଶତ ଯାଏଁ ବୃଦ୍ଧି କରିବ । ଅଧିକ ପଢନ୍ତୁ

ଆହୁରି ମହଙ୍ଗା ହେବ ଭାରତର ସବୁଠୁ ମହଙ୍ଗା କାର
ଆହୁରି ମହଙ୍ଗା ହେବ ଭାରତର ସବୁଠୁ ମହଙ୍ଗା କାର

ନୂଆଦିଲ୍ଲୀ: ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ଅଡି ବିଶ୍ବର ସବୁଠାରୁ ଲକ୍ଜରୀ କାରର ଦାମରେ ବୃଦ୍ଧି କରିବାକୁ ଯାଉଛି । ସୋମବାର ଦିନ ଏ ସମ୍ପର୍କରେ କମ୍ପାନୀ ସୂଚନା ଦେଇଛି । ଜର୍ମାନୀର ଲକ୍ଜରୀ କାର ନିର୍ମାତା କମ୍ପାନୀ ଅଡି ନିଜର କଂଚାମାଲର ଚାହିଦା ଏବଂ ପରିଚାଳନାଗତ ଖର୍ଚ୍ଚରେ ବୃଦ୍ଧି ଯୋଗୁଁ ବିଳାସପୂର୍ଣ୍ଣ କାର ଗୁଡିକର ଦରଦାମରେ ମଧ୍ୟ ବୃଦ୍ଧି କରିବାକୁ ଯାଉଛି । ସୂଚନାଯୋଗ୍ୟ ଯେ ଅଡି ଆସନ୍ତା ବର୍ଷ ଜାନୁଆରୀ ମାସଠାରୁ ନିଜର ସମସ୍ତ ରେଂଜର ବାହନର ଦାମରେ 2 ପ୍ରତିଶତ ଯାଏଁ ବୃଦ୍ଧି କରିବ ବୋଲି ଅଡି ଇଣ୍ଡିଆ ପକ୍ଷରୁ ଏକ ବୟାନରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଟେସଲାର ଇଭିକୁ ନେଇ ସୁପର ଅଫର, 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗ

ଅଡି ଇଣ୍ଡିଆର ପ୍ରମୁଖ ବଲବୀର ସିଂହ ଢିଲୋନ୍ ପ୍ରକାଶ କରିଛନ୍ତି ଯେ, 'ଆପୂର୍ତି-ଶୃଙ୍ଖଳା-ସମ୍ବନ୍ଧିତ କଞ୍ଚାମାଲର ବଢୁଥିବା ଚାହିଦା ଏବଂ ପରିଚାଳନାଗତ ବ୍ୟୟ ବୃଦ୍ଧି କାରଣରୁ ଆମେ ବ୍ରାଣ୍ଡର ପ୍ରିମିୟମ ମୂଲ୍ୟର ସ୍ଥିତିକୁ ବଜାୟ ରଖି ନିଜର ମଡେଲ ରେଂଜରେ ମୂଲ୍ୟ ପରିବର୍ତ୍ତନ ଆଣିଛୁ । ଅଡି ଇଣ୍ଡିଆ ଏବଂ ଆମର ଡିଲର ଭାଗୀଦାରମାନଙ୍କ ସତତଃ ବୃଦ୍ଧିକୁ ସୁନିଶ୍ଚିତ କରିବା ଏହି ମୂଲ୍ୟରେ ସୁଧାର ଆଣିବାର ମୂଳ ଉଦେଶ୍ୟ ଏବଂ ଆମେ ଏହା ମଧ୍ୟ ସୁନିଶ୍ଚିତ କରୁଛୁ କି ଏହି ମୂଲ୍ୟ ବୃଦ୍ଧିର ପ୍ରଭାବ ଯେମିତି ଗ୍ରାହକଙ୍କ ଉପରେ କମ ପଡିବ ତା ପ୍ରତି ଦୃଷ୍ଟି ରଖିଛୁ ' । ଅଡି ଇଣ୍ଡିଆ କ୍ୟୁ 3 ଏସୟୁଭି ଠୁ ଆରମ୍ଭ କରି ସ୍ପୋର୍ଟସ୍ କାର ଆରଏସକ୍ୟୁ8 ଭଳି ଅନେକ କାର ବିକ୍ରି କରୁଛି , ଯାହାର ମୂଲ୍ୟ 42.77 ଲକ୍ଷ ଠାରୁ ଆରମ୍ଭ କରି 2.2 କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଭାରତରେ ଅଡିର ଦାମ ଭାରତୀୟ ମିଡିଲ କ୍ଲାସର ରେଂଜ ବାହାରେ ଅଟେ ।

ଏହା ମଧ୍ୟ ପଢନ୍ତୁ... ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବ ଅମୃତ ଭାରତ ଷ୍ଟେସନ ଯୋଜନା

ଭାରତରେ ଅଡି କାରମାନଙ୍କର ନଭେମ୍ବର 2023 ରେ ମୂଲ୍ୟ

1. ଅଡି ଏ4 - 43.85 ଲକ୍ଷ ଟଙ୍କା

2. ଅଡି କ୍ୟୁ7 - 84. 70 ଲକ୍ଷ ଟଙ୍କା

3. ଅଡି କ୍ୟୁ 3 - 46.26 ଲକ୍ଷ ଟଙ୍କା

4. ଅଡି ଏ6 - 61.60 ଲକ୍ଷ ଠଙ୍କା

5. ଅଡି ଆରଏସ 5 - 1.12 କୋଟି ଟଙ୍କା

6. ଅଡି କ୍ୟୁ5 - 62.35 ଠାରୁ ଆରମ୍ଭ କରି 68.22 ଲକ୍ଷ ଟଙ୍କା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.