ETV Bharat / business

lay off spree: ଟ୍ବିଟର ଓ ମେଟା ପରେ ଆମାଜନ ଓ ମାଇକ୍ରୋସଫ୍ଟରେ ହେବ ଛଟେଇ ! - ଆମାଜନରେ ହେବ ଛଟେଇ

ଟ୍ବିଟର ଓ ମେଟା ପରେ ଆମାଜନ ଓ ମାଇକ୍ରୋସଫ୍ଟରେ ହେବ ଛଟେଇ । ଇ-କମର୍ସ ସାଇଟ୍‌ ଆମାଜନ ଓ ଟେକ୍‌ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ କର୍ମଚାରୀ ଛଟେଇ କରିବା ନେଇ ରିପୋର୍ଟ । ଅଧିକ ପଢ଼ନ୍ତୁ

Amazon and Microsoft to join lay off spree like twitter and meta reports
lay off spree: ଟ୍ବିଟର ଓ ମେଟା ପରେ ଆମାଜନ ଓ ମାଇକ୍ରୋସଫ୍ଟରେ ହେବ ଛଟେଇ !
author img

By

Published : Nov 11, 2022, 4:29 PM IST

ହାଇଦ୍ରାବାଦ: ଟ୍ବିଟର ଓ ମେଟା ପରେ ଆମାଜନ ଓ ମାଇକ୍ରୋସଫ୍ଟରେ ହେବ ଛଟେଇ । ଜଣାଶୁଣା ସୋସିଆଲ ମିଡିଆ ସାଇଟ ଟ୍ବିଟର ଓ ମେଟା ଖର୍ଚ୍ଚକାଟ ପାଇଁ ଅନେକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏହି କ୍ରମରେ ଇ-କମର୍ସ ସାଇଟ୍‌ ଆମାଜନ ଓ ଟେକ୍‌ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ କର୍ମଚାରୀ ଛଟେଇ କରିବାକୁ ଯାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ଆମାଜନ କିମ୍ବା ମାଇକ୍ରୋସଫ୍ଟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ବର୍ତ୍ତମାନ ଆମାଜନ ଓ ମାଇକ୍ରୋସଫ୍ଟର କମ୍ପାନୀରେ ଯେଉଁ ସବ ୟୁନିଟ୍‌ରେ ଲାଭ ହେଉନାହିଁ, ସେହି ସବୁ ୟୁନିଟର କର୍ମଚାରୀଙ୍କୁ ଅନ୍ୟ ଚାକିରି ଖୋଜିବାକୁ ନୋଟିସ ମିଳିଥିବା କୁହାଯାଉଛି । ଜେମି ଝାଙ୍ଗ୍‌ ନାମକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆମାଜନ ରବୋଟିକ୍‌ AI ୟୁନିଟରେ କାର୍ଯ୍ୟରତ ଥିଲେ । କିନ୍ତୁ ତାଙ୍କ ସହ ପୁରା ୟୁନିଟକୁ କମ୍ପାନୀରୁ ଛଟେଇ କରାଯାଇଛି । ଏହାକୁ ନେଇ ସେ ଲିଙ୍କ୍‌ଡ୍‌‌ ଇନ୍‌ରେ ସୂଚନା ଦେଇଛନ୍ତି । ଗତ ଦେଢ଼ ବର୍ଷ ହେଲା ସେ ଆମାଜନ ସହ କାମ କରୁଥିଲେ । ଆମାଜନର ଏହି ୟୁନିଟ୍‌ରେ ୩୪୬୬ କର୍ମଚାରୀ କାର୍ଯ୍ୟ କରୁଥିବା ଲିଙ୍କ୍‌ଡ୍‌‌ ଇନ୍‌ରେ ଦେଖିବାକୁ ମିଳିଛି । ତେବେ ସେମାନଙ୍କ ମଧ୍ୟରୁ କେତେ ଛଟେଇ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ: Meta layoffs: ଟ୍ୱିଟର ପରେ ଆଜିଠୁ ମେଟାରେ ଛଟେଇ

ସେପଟେ ଟେକ୍‌ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ ପ୍ରାୟ ୧୧ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଗତ ଅକ୍ଟୋବର ମାସରେ ହିଁ ଘୋଷଣା କରିଥିଲା ମାଇକ୍ରୋସଫ୍ଟ । ଫଳରେ ନଭେମ୍ବରରେ ପ୍ରାୟ ୧୦୦୦ ଜଣ ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କିଛି କର୍ମଚାରୀ କମ୍ପାନୀରେ ଯୋଗ ଦେଇ ମାତ୍ର ଦୁଇଦିନ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ କମ୍ପାନୀରୁ ବାହାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Twitter High Drama: ବିତାଡିତ କର୍ମଚାରୀଙ୍କୁ ପୁଣି ଡାକିଲେ ମସ୍କ, ବିକଳ୍ପ ଖୋଜୁଛନ୍ତି ୟୁଜର୍ସ

ଏହାକୁ ନେଇ କାନାଡାରେ ଥିବା ଜଣେ ଭାରତୀୟ କହିଛନ୍ତି, "ମୁଁ ମାତ୍ର ଦୁଇ ମାସ ହେଲା କମ୍ପାନୀରେ ଯୋଗ ଦେଇ କାମ କରିବା ଆରମ୍ଭ କରିଥିଲି । ଏବେ ମୋତେ ଟର୍ମିନେସନର ଲେଟର ମିଳିଛି । ଏବେ ମୋର ବୃତ୍ତିଗତ ଭବିଷ୍ୟତକୁ ନେଇ ମୁଁ ଚିନ୍ତାରେ ପଡ଼ିଛି । ଯଦି ଭାରତ କିମ୍ବା କାନାଡ଼ାରେ କୌଣସି ସଫ୍ଟୱେୟାର କମ୍ପାନୀରେ ଚାକିରି ଥିଲେ ମୋତେ ଦୟାକରି ସାହାଯ୍ୟ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ

ଏହାପୂର୍ବରୁ ଟ୍ବିଟର ମଧ୍ୟ କମ୍ପାନୀରୁ କର୍ମଚାରୀ ଛଟେଇ କରିଥିଲା । ଭାରତରେ ଟ୍ବିଟରର ମାର୍କେଟିଂ ଓ ଯୋଗାଯୋଗ ବିଭାଗର କର୍ମଚାରୀ ସମ୍ପୂର୍ଣ୍ଣ ଭାବରେ ଛଟେଇ ହୋଇଥିଲେ । ଏହି କ୍ରମରେ ମେଟା ମଧ୍ୟ ତାର କର୍ମଚାରୀଙ୍କୁ ଛଟେଇ କରିଛି । ବର୍ତ୍ତମାନ ପାଇଁ ମେଟାରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.