ETV Bharat / business

ଆକାଶରେ ଉଡିବ ଆକାଶ ଏୟାର, ଲାଇସେନ୍ସ ଦେଲା DGCA

ରାକେଶ ଝୁନଝୁନୱାଲା (Rakesh Jhunjhunwala)ଙ୍କ ଆକାଶ ଏୟାରକୁ ଲାଇସେନ୍ସ ଦେଲା DGCA ।

author img

By

Published : Jul 7, 2022, 11:03 PM IST

ଭାରତ ଆକାଶରେ ଉଡିବ ଆକାଶ ଏୟାର, ଲାଇସେନ୍ସ ଦେଲା DGCA

ନୂଆଦିଲ୍ଲୀ: ଭାରତର ବିମାନ ଶିଳ୍ପରେ ଯୋଡି ହେଲା ଆଉ ଏକ କମ୍ପାନୀ । ଖୁବଶୀଘ୍ର ଆକାଶରେ ଉଡିବ 'ଆକାଶ ଏୟାର'( Akasa Air) । ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲା (Rakesh Jhunjhunwala)ଙ୍କ ଆକାଶ ଏୟାରକୁ ଲାଇସେନ୍ସ ଦେଲା DGCA ।

ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ(DGCA) ଏହି ନୂତନ ଏୟାରଲାଇନ୍ସକୁ ଏୟାର ଅପରେଟର ପାଇଁ ଲାଇସେନ୍ସ ଦେଇଛି । ବର୍ତ୍ତମାନ ଦେଶରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସଜେଟ, ଗୋଏୟାର, ଭିସ୍ତାରା ଏବଂ ଏୟାର ଏସିଆ ଆଦି ଏୟାରଲାଇନ୍ସ ବିମାନ ସେବା ଯୋଗାଉଛନ୍ତି । ଏବେ ଉଡାଣ ଲାଇସେନ୍ସ ପାଇବା ପରେ ଚଳିତ ମାସ ସୁଦ୍ଧା ନିଜ ବିମାନ ସେବା ଆରମ୍ଭ କରିବାକୁ 'ଆକାଶ ଏୟାର' ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.