ETV Bharat / business

ବିମୁଦ୍ରୀକରଣକୁ ୬ ବର୍ଷ: ଏବେବି ରେକର୍ଡ ସ୍ତରରେ ନଗଦ ଟଙ୍କା କାରବାର - ମୋଦି ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ବିଫଳ

ନଗଦ କାରବାର ହ୍ରାସ ଲକ୍ଷ୍ୟରେ ବିମୁଦ୍ରୀକରଣ ଘୋଷଣା କରିଥିଲେ ମୋଦି ସରକାର । ହେଲେ ବିମୁଦ୍ରୀକରଣକୁ ୬ ବର୍ଷ ପରେ ଦେଶରେ ନଗଦ କାରବାର ରେକର୍ଡ ସ୍ତରରେ ରହିଛି । ତେଣୁ ଏହି ବିମୁଦ୍ରୀକରଣ ପଦକ୍ଷେପ ଫେଲ୍ ମାରିଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ବିମୁଦ୍ରୀକରଣକୁ ୬ ବର୍ଷ: ରେକର୍ଡ ସ୍ତରରେ ନଗଦ କାରବାର

author img

By

Published : Nov 8, 2022, 11:53 AM IST

ମୁମ୍ବାଇ: ୨୦୧୬ ନଭେମ୍ବର ୮ରେ ଭାରତରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଦୁର୍ନୀତି ଓ କଳାଧନ ରୋକିବା ସହ ଦେଶରେ ନଗଦ କାରବାର ହ୍ରାସ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra) ଏହି ବଡ ଘୋଷଣା କରିଥିଲେ । ଏହାଦ୍ବାରା ଅଚଳ ହୋଇଯାଇଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ । ବଜାରକୁ ଆସିଥିଲା ନୂଆ ୨୦୦୦ ଟଙ୍କିଆ ନୋଟ । ଆଜି ବିମୁଦ୍ରୀକରଣ ବା ନୋଟବନ୍ଦୀକୁ ପୁରୁଛି ୬ ବର୍ଷ । ହେଲେ ଯେଉଁ ଲକ୍ଷ୍ୟ ନେଇ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ସଫଳ ହୋଇନଥିବା କୁହାଯାଉଛି । ଏହାର ପ୍ରମାଣ ହେଉଛି ଏହି ଘୋଷଣାକୁ 6 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଏବେବି ବହୁଳ ମାତ୍ରାରେ ନଗଦ ଟଙ୍କା କାରବାର ହେଉଛି । (6 years of demonetization, Cash With Public At Record High) ।

ବିମୁଦ୍ରୀକରଣ ବିଫଳ !

ବିମୁଦ୍ରୀକରଣର ଉଦ୍ଦେଶ୍ୟ ଥିଲା ଭାରତକୁ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିରେ(cash-less economy) ପରିଣତ କରିବା । ହେଲେ ବିମୁଦ୍ରୀକରଣର ୬ ବର୍ଷ ପରେ ଲୋକମାନଙ୍କ ପାଖରେ ପାଖାପାଖି ରେକର୍ଡ ୩୧ ଲକ୍ଷ କୋଟି ଟଙ୍କାର ନଗଦ ରାଶି ରହିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ୨୦୨୨ ଅକ୍ଟୋବର ୨୧ ସୁଦ୍ଧା ଦେଶବାସୀଙ୍କ ନିକଟରେ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ରହିଛି । ଯାହା ଦର୍ଶାଉଛି ଯେ, ନୋଟବନ୍ଦୀର ଏତେ ବର୍ଷ ପରେ ମଧ୍ୟ ନଗଦ ରାଶିର କାରବାରରେ ବଡ ଧରଣର ବୃଦ୍ଧି ହୋଇଛି ।

ଏହାମଧ୍ୟ ପଢନ୍ତୁ: ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank Of India) ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ୨୦୧୬ ନଭେମ୍ବର ୪ ଅର୍ଥାତ୍ ୬ ବର୍ଷ ପୂର୍ବେ ଯେତେବେଳେ ବିମୁଦ୍ରୀକରଣ ଘୋଷଣା ହୋଇଥିଲା, ସେତେବେଳେ ଲୋକମାନଙ୍କ ନିକଟରେ ୧୭.୭ ଲକ୍ଷ କୋଟି ନଗଦ ରହିଥିଲା । ହେଲେ ଚଳିତ ବର୍ଷ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଲୋକମାନଙ୍କ ନିକଟରେ ନଗଦ ରାଶି ୩୦.୮୮ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ତେବେ ଦେଶର ୭୬ ପ୍ରତିଶତ ଲୋକ ଫୁଡ୍ ଡେଲିଭର ଓ ଗ୍ରୋସରୀ ସାମଗ୍ରୀ କିଣିବାରେ ଏହି ନଗଦ ରାଶିର ବ୍ୟବହାର କରୁଥିବା ସର୍ଭେରୁ ଜଣାପଡିଛି । ତେଣୁ ମୋଦି ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ଦ୍ବାରା ବିଶେଷ ଲାଭ ସାଧିତ ହୋଇପାରି ନଥିବା କୁହାଯାଉଛି । ଅବଶ୍ୟ ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରର ବଡଧରଣର ବୃଦ୍ଧି ହୋଇଥିବା କଥାକୁ ଅସ୍ବୀକାର କରାଯାଇ ନପାରେ । ତଥାପି ଭାରତୀୟ ଅର୍ଥବ୍ୟବସ୍ଥାରେ ନଗଦ ରାଶିର ବ୍ୟବହାର ଲଗାତାର ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.