ETV Bharat / business

LPG Cylinder Price: ଗ୍ରାହକଙ୍କୁ ଆଶ୍ବସ୍ତି, ପୁଣି କମିଲା ବ୍ୟବସାୟିକ ଗ୍ୟାସ ଦର

author img

By

Published : May 1, 2023, 7:53 AM IST

ମାସକ ପରେ ପୁଣି ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ଅଧିକ ପଢନ୍ତୁ

LPG Cylinder
LPG Cylinder

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି । ମାସକ ପରେ ପୁଣି କମିଲା ଏଲପିଜି ସିଲିଣ୍ଡର ଦର । ୨ହଜାର ତଳକୁ ଖସିଲା ସିଲିଣ୍ଡର ଦାମ । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ହୋଇଛି କିନ୍ତୁ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ ହୋଇନାହିଁ । ସିଲିଣ୍ଡର ମୂଲ୍ୟରେ ୧୭୧ ଟଙ୍କା ହ୍ରାସ ପାଇବା ଗ୍ରାହକଙ୍କ ପାଇଁ ଏକ ବଡ ଆଶ୍ବସ୍ତିକର ଖବର ନିଶ୍ଚିତ ।

  • Oil marketing companies have revised the prices of commercial LPG gas cylinders. The rate of 19 KG commercial LPG gas cylinders has been slashed by Rs 171.50 with effect from today. Delhi retail sales price of 19kg commercial LPG cylinder is Rs 1856.50 from today: Source pic.twitter.com/fFtlLsaygh

    — ANI (@ANI) May 1, 2023 " class="align-text-top noRightClick twitterSection" data=" ">

ଆଜି ଅର୍ଥାତ ଏପ୍ରିଲ ୧ ତାରିଖରୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଛି ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରିପୋର୍ଟ ଅନୁସାରେ, ୧୯ କିଜେ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇ ୧ ହଜାର ୮୫୬ ଟଙ୍କା ୫୦ ପଇସାରେ ପହଞ୍ଚିଛି । ଏହା ପୂର୍ବରୁ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ପାଖାପାଖି ୨ହଜାର ୨୮ଟଙ୍କା ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଦେଶର ପ୍ରଥମ, ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

ବର୍ତ୍ତମାନ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୧ ହଜାର ୮୫୬ ଟଙ୍କା ୫୦ ପଇସା ରହିଛି । ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେବ ବୋଲି ଆଶା କରାଯାଉଛି । ରେସ୍ତୋରାଁ, ଚା' ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ରହିଥାନ୍ତି । ଗ୍ୟାସ ଦାମ୍ ବଢିଲେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି, ତେଣୁ ଏଥିରୁ ବର୍ତ୍ତମାନ ବର୍ତ୍ତିବେ ସାଧାରଣ ଲୋକେ ।

ପ୍ରକାଶଥାଉକି, ଗତ ଏପ୍ରିଲ ୧ ତାରିଖ ଦିନ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିଲା । ୯୧ ଟଙ୍କା ୫୦ ପଇସା ଶସ୍ତା ହୋଇଥିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.