ETV Bharat / business

LPG Cylinder Price: ମାସ ଆରମ୍ଭରୁ ଆଶ୍ବସ୍ତି, କମିଲା ବ୍ୟବସାୟିକ ଗ୍ୟାସ ଦର - କମିଲା ଏଲପିଜି ସିଲିଣ୍ଡର ଦର

ସାଧାରଣ ଲୋକଙ୍କୁ ଆଶ୍ବସ୍ତି । ୯୧ ଟଙ୍କା ୫୦ ପଇସା ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ଅଧିକ ପଢନ୍ତୁ

LPG Cylinder
LPG Cylinder
author img

By

Published : Apr 1, 2023, 7:56 AM IST

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି । କମିଲା ଏଲପିଜି ସିଲିଣ୍ଡର ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୯୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ହୋଇଛି କିନ୍ତୁ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ ହୋଇନାହିଁ ।

  • 19 kg Commercial LPG cylinder prices reduced by Rs 91.50. 19 kg commercial cylinder will cost Rs 2,028 in Delhi. No change in domestic LPG prices: Sources

    — ANI (@ANI) April 1, 2023 " class="align-text-top noRightClick twitterSection" data=" ">

ଆଜି ଅର୍ଥାତ ଏପ୍ରିଲ ୧ ତାରିଖରୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୯୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଛି ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରିପୋର୍ଟ ଅନୁସାରେ, ୧୯ କିଜେ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୯୧.୫୦ ହ୍ରାସ ପାଇ ୨ ହାଜର ୨୮ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ପାଖାପାଖି ୨୧୨୦ଟଙ୍କା ରହିଥିଲା ।

ବର୍ତ୍ତମାନ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୦୨୮ ଟଙ୍କା, କୋଲକାତାରେ ୨ ହଜାର ୧୩୨ ଟଙ୍କା, ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା, ଚନ୍ନାଇରେ ୨ହଜାର ୧୯୨ ଟଙ୍କା ରହିଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା' ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ରହିଥାନ୍ତି । ଗ୍ୟାସ ଦାମ୍ ବଢିଲେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି, ତେଣୁ ଏଥିରୁ ବର୍ତ୍ତମାନ ବର୍ତ୍ତିବେ ସାଧାରଣ ଲୋକେ ।

ତେବେ ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ୧ ତାରିଖରେ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଥିଲା । ଫଳରେ ପାର୍ବଣ ଋତୁରେ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଥିଲା । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଥିଲା । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଥିଲା । ତେବେ ଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.