ETV Bharat / business

ଆସନ୍ତା ସପ୍ତାହରେ ଖୋଲିବ ଜୋମାଟୋ IPO

ଆସନ୍ତା ସପ୍ତାହରେ ଖୋଲିବ ଫୁଡ ଅର୍ଡର ପ୍ଲାଟଫର୍ମ ଜୋମାଟୋର IPO । ଏହି ଅଫର ଆସନ୍ତା 14 ତାରିଖରେ ଖୋଲିବ ଏବଂ 16 ତାରିଖରେ ବନ୍ଦ ହେବ । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହରେ ଖୋଲିବ ଜୋମାଟୋ IPO
ଆସନ୍ତା ସପ୍ତାହରେ ଖୋଲିବ ଜୋମାଟୋ IPO
author img

By

Published : Jul 8, 2021, 8:17 PM IST

ମୁମ୍ବାଇ: ଆସନ୍ତା ସପ୍ତାହରେ ଖୋଲିବ ଜୋମାଟୋ IPO । ଏହି ଅଫର ଆସନ୍ତା 14 ତାରିଖରେ ଖୋଲିବ ଏବଂ 16 ତାରିଖରେ ବନ୍ଦ ହେବ । ଫୁଡ ଅର୍ଡର ପ୍ଲାଟଫର୍ମ ଜୋମାଟୋ ଗୁରୁବାର କହିଛି ଯେ ସେ ଇନିସିଆଲ ପବ୍ଲିକ ଅଫର(IPO) ମାଧ୍ୟମରେ 9 ହଜାର 375 କୋଟି ଟଙ୍କା ଏକାଠି କରିବାକୁ ଯୋଜନା କରିଛି ।

IPO ପାଇଁ ପ୍ରକାଶିତ ରେଡ ହେରିଙ୍ଗ ପ୍ରୋସପେକ୍ଟସରେ କମ୍ପାନୀ ଏ ସମ୍ପର୍କରେ ସୂଚନା ଦେଇଛି । ଏହି ଅଫର 16 ଜୁଲାଇରେ ବନ୍ଦ ହେବ । ଏଣୁ ଯଦି ଆପଣ ଜୋମାଟୋ ଆଇପିଓରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି ତେବେ ନିଜ ଆକାଉଣ୍ଟରେ ଟଙ୍କା ପ୍ରସ୍ତୁତ ରଖନ୍ତୁ ।

ଜୋମୋଟୋ IPO ମାଧ୍ୟମରେ 9 ହଜାର 375 କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହା ଅଧୀନରେ 9 ହଜାର କୋଟି ଟଙ୍କାର ନୂଆ ସେୟାର ପ୍ରଦାନ କରାଯିବ । ସେହିପରି 375 କୋଟି ଟଙ୍କା ଅଫର ଫର ସେଲ ଜରିଆରେ ଇନଫ୍ରୋ ଏଜ କମ୍ପାନୀକୁ ଦିଆଯିବ । କମ୍ପାନୀ ପ୍ରତି ସେୟାର ପାଇଁ ପ୍ରାଇସ ବ୍ରାଣ୍ଡ 72 ରୁ 76 ଟଙ୍କା ରଖିଛି । ଏଥିପାଇଁ ଲଟ ସାଇଜ 195ଟି ସେୟାର ହେବ । ଅର୍ଥାତ୍ ନିବେଶକ ଅତିକମରେ 195ଟି ସେୟାର ପାଇଁ ନିବେଶ କରିପାରିବେ । ଏଣୁ ଆପଣଙ୍କୁ ଜୋମାଟୋର IPOରେ ନିବେଶ କରିବାକୁ ହେଲେ ପ୍ରାୟ 15 ହଜାର ଟଙ୍କା ନିଜ ଆକାଉଣ୍ଟରେ ପ୍ରସ୍ତୁତ ରଖିବାକୁ ହେବ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ମାସରେ ଜୋମାଟୋ ପ୍ରି IPO ଫଣ୍ଡ ରେଜିଙ୍ଗ ମାଧ୍ୟମରେ 25 କୋଟି ଡଲାର କୋରା ମ୍ୟାନେଜମେଣ୍ଟ, ଟାଇଗର ଗ୍ଲୋବାଲ, ଫିଡେଲିଟି, ଡ୍ରିଗୋନିୟର ଭଳି କେତେକ ନିବେଶକଙ୍କ ଠାରୁ ହାସଲ କରିଥିଲା । ଗତ ଅପ୍ରିଲ ମାସରେ ଜୋମାଟୋ ସେବି ସହିତ ଆଇପିଓ ପାଇଁ ରେଡ ହେରିଙ୍ଗ ପ୍ରୋସପେକ୍ଟ ଡ୍ରାଫ୍ଟ(DRPH) ଦାଖଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.