ETV Bharat / business

ୟେସ ବ୍ୟାଙ୍କର ଜବରଦସ୍ତ କମବ୍ୟାକ, 58% ଚଢିଲା ସେୟାର

author img

By

Published : Mar 16, 2020, 3:12 PM IST

ୟେସ ବ୍ୟାଙ୍କ ସେୟାର ସାନଦାର କମବ୍ୟାକ ସହ 58.12 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏନଏସଇରେ ଏହାର ସେୟାର 58.12 ପ୍ରତିଶତ ବୃଦ୍ଧି ପାଇଁ 40.40 ଟଙ୍କାରେ କାରବାର କରୁଛି ।

Yes Bank shares bounce back, zoom over 58%
ୟେସ ବ୍ୟାଙ୍କର ଜବରଦସ୍ତ କମବ୍ୟାକ, 58% ଚଢିଲା ସେୟାର

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ପରେ ବଜାରରେ ଉପରମୁହାଁ ସେୟାର ସୂଚକାଙ୍କ । ସୋମବାର ୟେସ ବ୍ୟାଙ୍କ ସେୟାର 58 ପ୍ରତିଶତର ଜବରଦସ୍ତ ଅଭିବୃଦ୍ଧି ସହ ଉଛୁଳିଛି ।

ବିଏସଇରେ ୟେସ ବ୍ୟାଙ୍କ ସେୟାର ସାନଦାର କମବ୍ୟାକ ସହ 58.12 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏନଏସଇରେ ଏହାର ସେୟାର 58.12 ପ୍ରତିଶତ ବୃଦ୍ଧି ପାଇଁ 40.40 ଟଙ୍କାରେ କାରବାର କରୁଛି। ବିଏସଇରେ ଏହାର 112.78 ଲକ୍ଷ ସେୟାର ଓ ଏନଏସଇରେ ଏହାର 9.55 କୋଟି ସେୟାରର କାରବାର ହୋଇଛି ।

ଗତ ସପ୍ତାହରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ୟେସ ବ୍ୟାଙ୍କ ବୋର୍ଡର ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦେଇବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦର୍ଶାଇଥିଲେ । ପ୍ରକାଶ ଯେ,ଆର୍ଥିକ ଅନିୟମତା ଚିଠା ଖୋଲିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କରର ବୋ୍ଡକୁ ଭାଙ୍ଗିବା ସହ ମାସେ ପର୍ଯ୍ୟନ୍ତ ଟଙ୍କା ଉଠାଣ ସୀମା 50 ହଜାରରେ ସୀମିତ ରଖିଥିଲା । ହେବେ ବର୍ତମାନ ଏହି କଟକଣାକ ହଟାଯିବା ସହ ବ୍ୟାଙ୍କିଙ୍ଗ ସେବା ମାର୍ଚ୍ଚ 18ରୁ ସ୍ବାଭାବିକ ହେବା ନେଇ ସୂଚନା ଦିଆଯାଇଛି । ଏହି ଖବରରେ ଜମାକର୍ତ୍ତା ଆଶ୍ବସ୍ତ ହେବା ସହ ନିବେଶକ ବିଶ୍ବାସ ଫେରିଛି । ଫଳରେ ସେୟାର ସୂଚକାଙ୍କ ଉପରମୁହାଁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.