ETV Bharat / business

ପୁଣି ବଢିଲା ସୁନା ଦାମ, 1000 ଟଙ୍କା ମହଙ୍ଗା ରୂପା - 1000 ଟଙ୍କା ମହଙ୍ଗା ରୂପା

ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 238 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପିଛା 56,122 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦାମ ମଧ୍ୟ ପ୍ରାୟ 1000 ଟଙ୍କା ବଢିଛି । ଅଧିକ ପଢନ୍ତୁ..

ପୁଣି ବଢିଲା ସୁନା ଦାମ, 1000 ଟଙ୍କା ମହଙ୍ଗା ରୂପା

author img

By

Published : Aug 10, 2020, 8:24 PM IST

ନୂଆଦିଲ୍ଲୀ: ଲଗାତାର ବଢିଚାଲିଛି ସୁନା ଓ ରୂପା ଦାମ । ସୋମବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 238 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପିଛା 56,122 ଟଙ୍କାରେ ପହଞ୍ଚିଛି । ଏଚଡିଏପସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ପୂର୍ବ କାରବାରରେ ସୁନା ଦାମ 10 ଗ୍ରାମ ପିଛା 55,884 ଟଙ୍କା ରହିଥିଲା । ସେହିପରି ଆଜି ରୂପା କିଲୋ 960 ଟଙ୍କା ବଢି 76,520 ଟଙ୍କା ରହିଛି ।

ଏଚଡିଏଫସି ସିକ୍ୟୁରେଟିଜ ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟରେ ସୁଧାର ଯୋଗୁଁ ସୁନା ଦାମ ବୃଦ୍ଧି ସାମାନ୍ୟ ଧୀମା ପଡିଛି । ଆମେରିକା-ଚୀନ ବିବାଦ ଓ କୋଭିଡ-19 ମାମଲା ବୃଦ୍ଧି ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ସୁନା ଓ ରୂପା ରହିଛି । ଫଳରେ ଚାହିଦା ବଢୁଥିବାରୁ ଦାମ ବଢିଚାଲିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ସାମାନ୍ୟ ବୃଦ୍ଧ ସହ ଆଉନ୍ସ, ପ୍ରତି 2,035 ଡଲାର ରହିଥିଲା ବେଳେ ରୂପା ଦାମ 28.31 ଡଲାରର ଅପରିବର୍ତ୍ତିତ ରହିଛି ।

ଗତ ସପ୍ତାହରେ ପ୍ରତିତିନ ସୁନା ଦାମ ପ୍ରତିଦିନ ବୃଦ୍ଧି ହେଉଥିଲା । ଭବିଷ୍ୟତରେ ସୁନା ଦାମ ଘରୋଇ ବଜାରରେ ଆହୁରୀ ବଢିବ ବୋଲି ବିଶେଷଜ୍ଞ ମତ ଦେଇଥନ୍ତି ।

ସୋମବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 3 ପଇସା ମଜବୁତ ହୋଇ 74.90 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.