ନୂଆଦିଲ୍ଲୀ: ଭାରତର ଲାଇଫଲାଇନ ରେଳ ବିଭାଗକୁ କୋରୋନା ମାଡ । ଲକଡାଉନ କାରଣରୁ ବଡ ଧରଣ କ୍ଷତି ସହିଛି ଭାରତୀୟ ରେଳ ବିଭାଗ । ପଶ୍ଚିମ ରେଳବାଇର ରୋଜଗାରରେ 1,784 କୋଟି ଟଙ୍କାର କ୍ଷତି ହୋଇଛି ।
ପଶ୍ଚିମ ରେଳବାଇର ଜନ ସମ୍ପର୍କ ମୁଖ୍ୟ ଅଧିକାରୀ(ସିପିଆରଓ) ସୁମିତ ଠାକୁର ଏନେଇ ସୂଚନା ଦେଇଛନ୍ତି । ଉପାନ୍ତ ଅଞ୍ଚଳ ପାଇଁ ପ୍ରାୟ 263 କୋଟି ଏବଂ ଅଣ-ଉପାନ୍ତ ଅଞ୍ଚଳ ପାଇଁ ପ୍ରାୟ 1,521 କୋଟି ଟଙ୍କାର ହରାଇଛନ୍ତି ।
ସିପିଆରଓ କହିଛନ୍ତି, ମାର୍ଚ୍ଚରୁ ଜୁଲାଇ 16 ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଟିକେଟ ବୁକିଂ ବାତିଲ କରାଯାଇଥିଲା । 61.15 ଲକ୍ଷ ଯାତ୍ରୀଙ୍କୁ 398.01 କୋଟି ଫେରସ୍ତ କରିଥିବା ନିଶ୍ଚିତ କରିଛି ।
ପଶ୍ଚିମ ରେଳବାଇର ମୁଖ୍ୟାଳୟ ଥିବା ମୁମ୍ବାଇ ଡିଭିଜନ କେବଳ ଏହି ସମୟ ମଧ୍ୟରେ 190.20 କୋଟି ଟଙ୍କା ଫେରସ୍ତ ସୁନିଶ୍ଚିତ କରିଛି ବୋଲି ସେ କହିଛନ୍ତି। କୋରୋନା ଲକଡାଉନ କାରଣରୁ ମାର୍ଚ୍ଚର ଶେଷ ସପ୍ତାହରୁ ଟ୍ରେନ୍ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଲାଗୁ କରାଯାଇଛି ।
ରେଳବାଇ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ସୁରକ୍ଷିତ ପଠାଇବାକୁ ଲକଡାଉନ ମଧ୍ୟରେ ମେ 1 ରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲେ। ମେ 12 ତାରିଖ ବେଳେ 15 ଯୋଡା ସ୍ବତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ