ETV Bharat / business

ଏଜିଆର ମାମଲା ଖାରଜ, ଖସିଲା ଭୋଡାଫୋନ-ଆଇଡିଆ ସେୟାର

author img

By

Published : Jan 17, 2020, 4:06 PM IST

ଏଜିଆର ମାମଲାରେ ଟେଲିକମ କମ୍ପାନୀ କରିଥିବା ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଦେଶର ବଡ ଟେଲିକମ ଅପରେଟର କମ୍ପାନୀ ଭୋଡାଫୋନ ଆଇଡିଆର ସେୟାର 20 ପ୍ରତିଶତ ହ୍ରାସ ପାଇଛି ।

vodafone idea tanks 34 percent but airtel ril gain
ଏଜିଆର ମାମଲା ଖାରଜ, ଖସିଲା ଭୋଡାଫୋନ-ଆଇଡିଆ ସେୟାର

ମୁମ୍ବାଇ: ଟେଲିକମ କମ୍ପାନୀର ତମାମ ଚେଷ୍ଟା ପରେ ବି ସୁପ୍ରିମକୋର୍ଟରୁ ମିଳିଲାନି ତ୍ରାହି । ଏଜିଆର ମାମଲାରେ ଟେଲିକମ କମ୍ପାନୀ କରିଥିବା ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିପାଇଁ ଏବେ ଦେଶର ବଡ ଟେଲିକମ ଅପରେଟର କମ୍ପାନୀ ଭୋଡାଫୋନ ଆଇଡିଆର ସେୟାର 20 ପ୍ରତିଶତ ହ୍ରାସ ପାଇଛି ।

ସେପଟେ ଭାରତୀ ଏୟାରଟେଲ ସେୟାର ସର୍ବାଧିକ ଅର୍ଥାତ 4 ପ୍ରତିସତ ବୃଦ୍ଧି ପାଇଛି । ଏହା ବ୍ୟତିତ ରିଲାଏନ୍ସ, ଟିସିଏସ ଓ ଏସଚିଏଲ ସେୟାରେ ମଧ୍ୟ ଉପରମୁହାଁ ରହିଛି । ତେବେ ଏହି 3 କମ୍ପାନୀର ଦ୍ବିତୀୟ ତ୍ରୈୟମାସର ଅଭିବୃଦ୍ଧି ଶୁକ୍ରବାର ଅର୍ଥାତ ଆଜି ଜାରି ହେବ ।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 3.68 ପଏଣ୍ଟ କମି 41,928.88 କାରବାର କରୁଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ପାଖାପାଖି 1.85 ପଏଣ୍ଟ ହ୍ରାସ ସହ 12,353.65 ରେ ଚାଲିଛି ।
ଗୁରୁବାର ସେନସେକ୍ସ ସର୍ବୋଚ୍ଚ ସ୍ତର 41,932.56 ପଏଣ୍ଟଓ ନିଫ୍ଟି12,355.50 ପଏଣ୍ଟରେ ବନ୍ଦ ହୋଇଛି ।

ପ୍ରକାଶ ଯେ, ଏଜିଆର ମାମଲା ଖାରଜ ପରେ ଏବେ ଟେଲିକମ କମ୍ପାନୀଙ୍କୁ ସପ୍ତାହକ ମଧ୍ୟରେ 1.02 ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଗଣିବାକୁ ପଡିବ । ଲାଇସେନ୍ସ ଦେୟ, ସ୍ପେକ୍ଟ୍ରମ ବ୍ୟବହାର ଦେୟ ଜୋରିମାନା ଓ ସୁଧକୁ ମିଶାଇ ଏହି ଟଙ୍କା ଦେବାକୁ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.