ୱାଶିଂଟନ: ଆର୍ଥିକ ବର୍ଷ 2020 ପାଇଁ ଆମେରିକା 65,000ରେ ସିମୀତ ରଖିଲା ଏଚ-୧ ବି ଭିସା । ଭିସା ଆବେଦନ ସଂଖ୍ୟ ବଢୁଥିଲେ ସୁଦ୍ଧା ଆଉ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା କଂଗ୍ରେସ । ତେବେ ଏ ନେଇ ଆମେରିକା ଯାଉଥିବା ଭାରତୀୟ ଆଇଟି ପ୍ରଫେସନାଲଙ୍କ ଚିନ୍ତା ବଢିଯାଇଛି ।
ଏଚ-୧ ବି ଭିସା ଏକ ଅଣପ୍ରବାସୀ ଭିସା । ଯାହାକି ଉଚ୍ଚ ଶିକ୍ଷା ଓ ବୈଷୟିକ ତାଲିମ ଆଧାରରେ ବିଦେଶୀ କର୍ମଚାରୀଙ୍କୁ ଆମେରିକା କମ୍ପାନୀଗୁଡିକ ନିଯୁକ୍ତି ଦେଇଥାଏ । ଏହି ସବୁ ଆଇଟି ସେକ୍ଟରରେ ଚୀନ ଓ ଭାରତରୁ ହଜାର ହଜାର କର୍ମଚାରୀ ଚାକିରୀ ପାଇଥାନ୍ତି । ଆଉ ଏଥିପାଇଁ ସେମାନେ ଆମେରିକାର ଏଚ-1 ଭିସା ପାଇଁ ଆବେଦନ କରିଥାନ୍ତି । ଏ ନେଇ ଆମେରିକା ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ସେମାନେ ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଏଠାରେ ରହିବାକୁ ଗ୍ରୀନ ସିଗନାଲ ପାଇଥାନ୍ତି ।
ପ୍ରକାଶ ଥାଉ ଯେ, ଏପ୍ରିଲ ପହିଲାରୁ 2019-20 ଆର୍ଥିକ ବର୍ଷ ଆରମ୍ଭ ହୋଇଛି ।