ETV Bharat / business

ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ମାତ ଦେଇ ଟିସିଏସ ହେଲା ନମ୍ବର ୱାନ

ଜାର ପୁଞ୍ଜିକରଣ(ମାର୍କେଟକ୍ୟାପ) ରେସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ପଛରେ ପଛରେ ପକାଇଲା ଟିସିଏସ । ଏବେ ବଜାର ମୂଲ୍ୟ କ୍ଷେତ୍ରରେ ଭାରତର ସର୍ବବୃହତ ତାଲିକାଭୁକ୍ତ କମ୍ପାନୀ ଟିସିଏସ ।

TCS pips Reliance Industries to regain top spot
ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ମାତ ଦେଇ ଟିସିଏସ ହେଲା ନମ୍ବର ୱାନ
author img

By

Published : Mar 11, 2020, 4:37 PM IST

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ(ମାର୍କେଟକ୍ୟାପ) ରେସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ପଛରେ ପଛରେ ପକାଇଲା ଟିସିଏସ । ଟାଟା ଗ୍ରୁପର ଫ୍ଲାଗସିପ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ବଜାର ମୂଲ୍ୟ କ୍ଷେତ୍ରରେ ଭାରତର ସର୍ବବୃହତ ତାଲିକାଭୁକ୍ତ କମ୍ପାନୀ ହୋଇପାରିଛି |

ସୋମବାର କାରବାର ସମୟରେ ମୁକେଶ ଅମ୍ବାନୀଙ୍କ ନେତୃତ୍ବଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ 10 ବର୍ଷର ସବୁଠୁ ଖରାପ ପ୍ରଦର୍ଶନ କରିଥିଲା । ତେବେ ବୁଧବାର କାରବାର କେଇ କ୍ଷଣ ମଧ୍ୟରେ ପୁଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ସୁଧୁରିବା ସହ 5.86% ବୃଦ୍ଧି ପାଇଛି ।

ପ୍ରକାଶ ଯେ, ସାଉଦି ଆରବ ଓ ଋଷ ମଧ୍ୟରେ ଚାଲିଥିବା ପ୍ରାଇସ ୱାରକୁ ନେଇ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ 31 ପ୍ରତିଶତ ହ୍ରାସ ପାଇଛି । ଯାହାକି 1991 ଜାନୁଆରୀ 17 ପରଠୁ ସର୍ବନିମ୍ନ ହ୍ରାସ । ଏହାର ପ୍ରଭାବରେ ସୋମବାର ରିଲାଏନ୍ସ ସେୟାର 12 ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା ।

ସେପଟେ କୋରୋନା ଭାଇରସର ପ୍ରକୋପ ବୃଦ୍ଧି ଯୋଗୁଁ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରି ଭଳି ବହୁ ନାମୀଦାମୀ କମ୍ପାନୀର ସେୟାର ମୂଲ୍ୟ ଶସ୍ତା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.