ETV Bharat / business

9 ଲକ୍ଷ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଦ୍ବିତୀୟ ଭାରତୀୟ କମ୍ପାନୀ 'ଟିସିଏସ'

author img

By

Published : Sep 14, 2020, 5:17 PM IST

ରିଲାଏନ୍ସ ପରେ ଟିସିଏସର ରେକର୍ଡ । ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପରେ ଦ୍ବିତୀୟ କମ୍ପାନୀ ଟିସିଏସ, ଯାହାର ମାର୍କେଟ ଭେଲ୍ୟୁ 9 ଲକ୍ଷ କୋଟି ଟଙ୍କା ପାର କରିଛି ।

9 ଲକ୍ଷ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର  ଦ୍ବିତୀୟ ଭାରତୀୟ କମ୍ପାନୀ ଟିସିଏସ

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପରେ ରେକର୍ଡ କଲା ଆଇଟି ଫାର୍ମ ଟିସିଏସ । ସୋମବାର 9 ଲକ୍ଷ କୋଟି ଟଙ୍କାର ମାର୍କେଟ କ୍ୟାପ ସହ ଦ୍ବିତୀୟ ଭାରତୀୟ କମ୍ପାନୀ ଭାବେ ଉଭା ହୋଇଛି ଟିସିଏସ ।

ସଫ୍ଟୱେର ସେବାର ସେୟାର 2.91 ପ୍ରତିଶତ ବୃଦ୍ଧି ହୋଇ 2,442.80 ଟଙ୍କାରେ ପହଞ୍ଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଏହାର ରେକର୍ଡ ଉଚ୍ଚ ସ୍ତରରେ ରହିଛି । ଏନଏସଇରେ ଏହା 2.76 ପ୍ରତିଶତ ବୃଦ୍ଧି ହୋଇ 2,439.80 ଟଙ୍କା ସହ ସର୍ବୋଚ୍ଚ ଶିଖରରେ ପହଞ୍ଚିଛି ।

ଏହାର ସେୟାର ଦାମରେ ବୃଦ୍ଧି ଯୋଗୁଁ କମ୍ପାନୀର ମାର୍କେଟ ଭେଲ୍ୟୁସନ ବିଏସଇର କାରବାର ଆରମ୍ଭରେ 9,14,606.25 କୋଟି ଟଙ୍କାରେ ପହଞ୍ଚିଛି । ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପରେ ଦ୍ବିତୀୟ କମ୍ପାନୀ ଟିସିଏସ, ଯାହାର ମାର୍କେଟ ଭେଲ୍ୟୁ ଏତେ ପରିମାଣରେ ପହଞ୍ଚିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.