ETV Bharat / business

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, 92 ହଜାର କୋଟି ଗଣିବେ ଟେଲିକମ୍ କମ୍ପାନୀ

author img

By

Published : Oct 25, 2019, 11:32 AM IST

ଦୂରସଞ୍ଚାର ବିଭାଗର 92 ହଜାର କୋଟି ଟଙ୍କା ବକେୟା ଗଣିବାକୁ ଟେଲିକମ କମ୍ପାନୀକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଏପଟେ କୋର୍ଟଙ୍କ ଏହି ନିଷ୍ପତ୍ତିରେ ଖପ୍ପା ଟେଲିକମ କମ୍ପାନୀ। କୋର୍ଟଙ୍କ ଏହି ଆଦେଶ ଉଦ୍ୟୋଗ ଜଗତ ପାଇଁ ବିନାଶକାରୀ ବୋଲି ଟେଲିକମ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ଦୂରସଞ୍ଚାର ବିଭାଗର ଯାଚିକାକୁ ମଞ୍ଜୁରୀ ଦେଇଛନ୍ତି କୋର୍ଟ । ଏହା ଅନୁଯାୟୀ ଏବେ ଜିଓ , ଏୟାରଟେଲ, ଭେଡାଫୋନ ଭଳି ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ଦୂରସଞ୍ଚାର ବିଭାଗର ବକେୟା 92 ହଜାର କୋଟି ଟଙ୍କା ଗଣିବେ। ଆଉ ଏହି ଟଙ୍କାକୁ କେତେ ସମୟ ଭିତରେ ଦିଆଯିବ ତାହାକୁ ମଧ୍ୟ କୋର୍ଟ ନିର୍ଦ୍ଧାରଣ କରିବେ।

ଏ ସମ୍ବନ୍ଧରେ ନିର୍ଣ୍ଣୟ ଶୁଣାଇ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ‘‘ ଆମେ ଦୂରସଞ୍ଚାର ବିଭାଗର ଯାଚିକାକୁ ସ୍ବୀକାର କରୁଛି । ଏଥିସହ ଟେଲିକମ କମ୍ପାନୀ ଗୁଡିକର ସମସ୍ତ ଦସ୍ତାବିଜର ଯାଚିକାକୁ ଖାରଜ କରାଯାଉଛି । ’’ ଏବେ ଟେଲିକମ କମ୍ପାନୀ ସବୁ ଦୂରସଞ୍ଚାର ବିଭାଗର ବକେୟା ଓ ତା ବାବଦକୁ ରହିଥିବା ଜୋରିମାନା ଟଙ୍କା ଏବଂ ସୁଧକୁ ଭରିବାକୁ ହେବ ।

ଏହା ବ୍ୟତୀତ ମୋବାଇଲ ସଞ୍ଚାର ସେବା ପ୍ରଦାନ ପାଇଁ ଆବଣ୍ଟିତ ସ୍ପେକ୍ଟ୍ରମର ରେଡିଓ ଫ୍ରିକ୍ବେନ୍ସୀ ଉପଯୋଗ ପାଇଁ ସ୍ପେକ୍ଟଟ୍ରମ ଉପଯୋଗ ଶୁଳ୍କକୁ ମଧ୍ୟ ଦେବାକୁ ପଡିବ।

କେଉଁ କମ୍ପାନୀ କେତେ ବକେୟା ରଖିଛି

  • ଭାରତୀ ଏୟାରଟେଲ - 21,682.71 କୋଟି ଟଙ୍କା
  • ଭୋଡାଫୋନ-ଆଇଡିଆ -19,823.71 କୋଟି ଟଙ୍କା
  • ରିଲାନ୍ସ କମ୍ୟୁନିକେସନ - 16,456.47 କୋଟି ଟଙ୍କା
  • ଏୟାରସେଲ - 7,852 କୋଟି ଟଙ୍କା
  • ବିଏସଏନଏଲ - 2,098.72 କୋଟି ଟଙ୍କା
  • ଏମଟିଏନଏଲ - 2,537.48 କୋଟି ଟଙ୍କା

ଏପଟେ କୋର୍ଟର ଏହି ନିଷ୍ପତ୍ତି ଦ୍ବାରା ବ୍ୟବହାରିକ ଭାବେ ଆର୍ଥିକ ସ୍ଥିତି ଦୁର୍ବଳ ହେବେ ବୋଲି ଟେଲିକମ କମ୍ପାନୀଙ୍କ ପକ୍ଷରୁ କୁହାଯାଇଛି । ଏୟାରଟେଲ ଏନେଇ ନିରାଶ ହୋଇ କହିଛି ଯେ, ‘‘ ଦୂରସଞ୍ଚାର କ୍ଷେତ୍ରର ବିକାଶ ଓ ଗ୍ରାହକଙ୍କୁ ବିଶ୍ବସ୍ତରରେ ସେବା ଯୋଗାଇବା ପାଇଁ ଟେଲିକମ କମ୍ପାନୀ ସବୁ ଆରବ ଡଲାର ନିବେଶ କରୁଛି । ଆଉ ବର୍ତ୍ତମାନ ସମୟରେ ଦୂରସଞ୍ଚାର ସଂସ୍ଥା ସଙ୍କଟ ଭିତରେ ଗତିକରୁଥିବା ବେଳେ କୋର୍ଟର ଏପରି ଶୁଣାଣୀ କମ୍ପାନୀର କ୍ଷମତାକୁ ଦୁର୍ବଳ କରିଦେବ। ’’

ସେହିପରି ଦୂରସଞ୍ଚାର ସେବା ପ୍ରଦାନ କମ୍ପାନୀଙ୍କ ସଙ୍ଗଠନ ସେଲ୍ୟୁଲାର ଅପରେସନ ଆସୋସିଏସନ ଅଫ ଇଣ୍ଡିଆ କୋର୍ଟଙ୍କ ଏହି ଆଦେଶକୁ ଉଦ୍ୟୋଗ ଜଗତ ପାଇଁ ବିନାଶକାରୀ ବୋଲି କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.