ETV Bharat / business

ତୃତୀୟ ଦିନରେ ଅଭିବୃଦ୍ଧି ଜାରି, ଚମକିଲା ଏସବୁ ସେୟାର

author img

By

Published : Apr 8, 2021, 8:13 PM IST

ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ତଥା ଏହାର ପ୍ରତିହିତ ପାଇଁ ଦେଶର ଅନେକ ଭାଗରେ ଲାଗୁ ହୋଇଛି ଲକଡାଉନ । ଏହି କାରଣରୁ ନିବେଶକ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ତୃତୀୟ ଦିନରେ ଅଭିବୃଦ୍ଧି ଜାରି, ଚମକିଲା ଏସବୁ ସେୟାର
ତୃତୀୟ ଦିନରେ ଅଭିବୃଦ୍ଧି ଜାରି, ଚମକିଲା ଏସବୁ ସେୟାର

ମୁମ୍ବାଇ: ଗୁରୁବାର ଅସ୍ଥିର ରହିଛି ପୁଞ୍ଜି ବଜାର କାରବାର । ହ୍ରାସବୃଦ୍ଧି ମଧ୍ୟରେ ଲଗାତାର ତିନି ଦିନ ଧରି ସବୁଜରେ ବନ୍ଦ ହୋଇଛି ସେୟାର ବଜାର । ଆଜି ବିଏସଇ ସେନସେକ୍ସ 84 ପଏଣ୍ଟ ବଢିଥିଲାବେଳେ ନିଫ୍ଟି ବି ରହିଛି ଉପରମୁହାଁ ।

ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ତଥା ଏହାର ପ୍ରତିହିତ ପାଇଁ ଦେଶର ଅନେକ ଭାଗରେ ଲାଗୁ ହୋଇଛି ଲକଡାଉନ । ଏହି କାରଣରୁ ନିବେଶକ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି । କାରବାରୀଙ୍କ ଅନୁସାରେ ଟଙ୍କାର ବିନିମୟ ମୂଲ୍ୟର ହ୍ରାସ ବି ନିବେଶକଙ୍କ ଧାରଣାକୁ ପ୍ରଭାବିତ କରିପାରେ ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ 84.45 ପଏଣ୍ଟ ବଢି 49,746.21 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 54.75 ପଏଣ୍ଟ ବଢି 14,873.80 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ ଲାଭରେ ଅଲ୍ଟ୍ରାଟେକ ସିମେଣ୍ଟ ଅଛି । ଏଥିରେ 4.24 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତିତ ଟାଇଟନ, ଟେକ ମହିନ୍ଦ୍ରା, ନେସଲେ ଇଣ୍ଡିଆ , ଟିସିଏସ, ବଜାଜ ଫିନସର୍ଭ ଓ ଏଲ ଆଣ୍ଡ ଟି ସେୟାରରେ ବି ଭଲ ବୃ୍ଦ୍ଧି ହୋଇଛି । ଅନ୍ୟପଟେ ଯେଉଁ ସେୟାରରେ ହ୍ରାସ ରେକର୍ଡ କରାଯାଇଛି ।

ଏଥିମଧ୍ୟରେ ବୈଶ୍ବିକ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.44 ପ୍ରତିଶତ ହ୍ରାସ ସହ ବ୍ୟାରେଲ ପ୍ରତି 62.88 ଡଲାରରେ ପହଞ୍ଚିଛି । ସେହିଭଳି ଆମେରିକୀୟ ଡଲାର ତୁଳନାରେ ଟଙ୍କା 11 ପଇସା ହ୍ରାସ ହୋଇ 74.58ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.