ETV Bharat / business

ଆର୍ଥିକ ପ୍ୟାକେଜରେ ଝୁମିଲା ବଜାର, ମାଲାମାଲ ନିବେଶକ - Sensex

କୋରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ 20 ଲକ୍ଷ କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପରେ ସେୟାର ବଜାରରେ ଖୁସିର ଲହରି । ସେୟାର ସୂଚକାଙ୍କ ଉପରମୁହାଁ ସହ କାରବାର ବନ୍ଦ କରିଛି । ଅଧିକ ପଢନ୍ତୁ..

Sensex up 637 pts on govt's Rs 20-trn stimulus boost
ଆର୍ଥିକ ପ୍ୟାକେଜରେ ଝୁମିଲା ବଜାର, ମାଲାମାଲ ନିବେଶକ
author img

By

Published : May 13, 2020, 8:26 PM IST

ମୁମ୍ବାଇ: କୋରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ 20 ଲକ୍ଷ କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପରେ ଝୁମିଲା ପୁଞ୍ଜି ବଜାର । କାରବାର ଆରମ୍ଭରୁ ସେନସେକ୍ସରେ ବମ୍ପର ବୃଦ୍ଧି । ନିଫ୍ଟି ବି ଉପରମୁହାଁ ସହ ସବୁଜରେ ବନ୍ଦ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 637.49 ପଏଣ୍ଟ ବଢି 32008.61ପଏଣ୍ଚରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଚି187.00 ପଏଣ୍ଟ ଅଭିବୃଦ୍ଧି ସହ 9383.55 ପଏଣ୍ଟରେ କାରବାର ଶେଷ କରିଛି ।

ବ୍ୟାଙ୍କିଙ୍ଗ ସେୟାରରେ ଅଧିକ ଅଭିବୃଦ୍ଧି ଦେଖାଦେଇଛି । ସେନସେକ୍ସରେ ଏକ୍ସିସ ବ୍ୟାଙ୍କ ସବୁଠାରୁ ଅଧିକ 7 ପ୍ରତିଶତ ଉଛୁଳିଛି । ଏହା ବ୍ୟତିତ ଅଲ୍ଟ୍ରାଟେକ ସିମେଣ୍ଟ, ଏଲଏଣ୍ଡଟି, ଆଇସିଆଇସିଆଇ ବ୍ୟାଙ୍କ , ଏସବିଆଇ , ଏମଏଣ୍ଡଏମ ଓ ବଜାଜ ଫାଇନାନ୍ସରେ ଅଭିବୃଦ୍ଧି ରହିଛି । ସେପଟେ ନେସଲେ ଇଣ୍ଡିଆ , ସନଫାର୍ମା , ଭାରତୀ ଏୟାରଟେଲ ଓ ଏଚୟୁଏଲ କ୍ଷତି ସହ କାରବାର ବନ୍ଦ କରିଛି ।

ଆଜି କାରବାର ମଧ୍ୟରେ ସେନସେକ୍ସ ଏକ ସମୟର 1,474.36 ପଏଣ୍ଟ ଉପରମୁହାଁ ରହିଥିଲା । ଏଥିଯୋଗୁଁ ନିବେଶକଙ୍କୁ ପ୍ରାୟ 4 ଲକ୍ଷ କୋଟି ପ୍ରଫିଟ ମିଳିଥିଲା । ସେପଟେ ଡଲାର ଚୁଳନାରେ ଟଙ୍କା ମଜବୁତ ହୋଇ 75.46ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.