ETV Bharat / business

ଆଇଟି ସେୟାର ଧରାଶାୟୀ, ସେନସେକ୍ସ 531 ପଏଣ୍ଟ ଖସିଲା

କାରବାର ସପ୍ତାହର ଆରମ୍ଭରୁ ବଜାର ନିରାଶ । ଆଇଟି ଓ ପେଟ୍ରୋଲିୟମ ସେୟାର ତଳମୁହାଁ ଯୋଗୁଁ ସେନସେକ୍ସ 530.95 ଫଏଣ୍ଟ ହ୍ରାସ ହୋଇ 48,347.59 ପଏଣ୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

author img

By

Published : Jan 25, 2021, 6:35 PM IST

ଆଇଟି ସେୟାର ଧରାଶାୟୀ, ସେନସେକ୍ସ  531 ପଏଣ୍ଟ ଖସିଲା
ଆଇଟି ସେୟାର ଧରାଶାୟୀ, ସେନସେକ୍ସ 531 ପଏଣ୍ଟ ଖସିଲା

ମୁମ୍ବାଇ: ପେଟ୍ରୋଲିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ସେୟାରରେ ଭାରୀ ସେଲଅଫ ଚାପରେ ସୋମବାର ଘରୋଇ ସେୟାର ବଜାର ପୁଣି ହ୍ରାସ ହୋଇଛି । ସେନସେକ୍ସ ଓ ନିଫ୍ଟି ସେୟାର ତଳମୁହାଁ ସହ କ୍ଷତିରେ ବନ୍ଦ ହୋଇଛି ବଜାର ।

ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିସେମ୍ବର ତ୍ରୟମାସିକ ରିପୋର୍ଟରେ ନାଖୁସ ନିବେଶକ । ଶୁକ୍ରବାର ପ୍ରକାଶିତ ଏହି ରିପୋର୍ଟର ପ୍ରତିକ୍ରିୟା ଆଜି ଦେଖିବାକୁ ମିଳିଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 530.95 ଫଏଣ୍ଟ ହ୍ରାସ ହୋଇ 48,347.59 ପଏଣ୍ଟରେ ବନ୍ଦ ହୋଇଛି । କାରବାର ସମୟରେ ଏଥିରେ ପାଖାପାଖୀ 1 ହଜାର ପଏଣ୍ଟ ହ୍ରାସ-ବୃଦ୍ଧି ରହିଛି ।

ସେନସେକ୍ସ 375 ପଏଣ୍ଟରୁ ଅଧିକ ବୃଦ୍ଧିରେ ବଜାର ଖୋଲିଥିଲା । ହେଲେ କାରବାର ସମୟରେ ଏହା 49,263.15 ପଏଣ୍ଟର ସର୍ବୋଚ୍ଚ ସ୍ତରରେ ଛୁଇଁଥିଲା । ତେବେ ଏହା ପରେ ସେଲଅଫ ଚାପରେ ଏକ ସମୟରେ 48,274.92 ପଏଣ୍ଟ ତଳକୁ ଖସିଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 133 ପଏଣ୍ଟ କମି 14,238.90 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରେ ସର୍ବାଧିକ 5.36 ପ୍ରତିଶତ ହ୍ରାସ ହୋଇଛି । ଏହା ବ୍ୟତିତ ଏଚସିଏଲ ଟେକ, ଏସିଆନ ପେଣ୍ଟସ, ଅଲ୍ଟ୍ରାଟେକ ସିମେଣ୍ଟ ଓ ପାୱାରଗ୍ରୀଡର ସେୟାର 4,72 ପ୍ରତିଶତ ଯାଏଁ ତଳକୁ ଖସିଛି ।

ସେନସେକ୍ସରେ 21 କମ୍ପାନୀ ସେୟାର ତଳମୁହାଁ ରହିଛି । ଯେତେବେଳେ କି 9 ଟି ବୃଦ୍ଧି ହୋଇଛି । ଏଥିମଧ୍ୟରେ ଅନ୍ତରବ୍ୟାଙ୍କ ମୁଦ୍ରା ବଜାରରେ ଟଙ୍କା ଡଲାର ତୁଳନାରେ 3 ପଇସା ବୃଦ୍ଧି ହୋଇ 72.94 ରେ ବନ୍ଦ ହୋଇଛି । ବୈଶ୍ବିକ ସ୍ତରରେ ବ୍ରେଣ୍ଟ କ୍ରୁଡ ସୋମବାର ବ୍ୟାରେଲ ପିଛା 55.69 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.