ETV Bharat / business

4 ଦିନର ବୃଦ୍ଧିରେ ଲାଗିଲା ବିରାମ, କାରବାର ହ୍ରାସ

author img

By

Published : May 11, 2021, 8:46 PM IST

ବିଶ୍ବ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ମଙ୍ଗଳବାର ସେନେସକ୍ସ 341 ପଏଣ୍ଟ ହ୍ରାସରେ ବନ୍ଦ ହୋଇଛି । ସେୟାର ବଜାରରେ ଗତ 4 ଦିନରେ କାରବାରରେ ଲାଗିଲା ବିରାମ । ଅଧିକ ପଢନ୍ତୁ..

4 ଦିନର ବୃଦ୍ଧିରେ ଲାଗିଲା ବିରାମ, କାରବାର ହ୍ରାସ
4 ଦିନର ବୃଦ୍ଧିରେ ଲାଗିଲା ବିରାମ, କାରବାର ହ୍ରାସ

ମୁମ୍ବାଇ: ସେୟାର ବଜାରରେ ଗତ 4 ଦିନରେ କାରବାରରେ ଲାଗିଲା ବିରାମ । ମଙ୍ଗଳବାର ସେନସେକ୍ସ 341 ପଏଣ୍ଟ ହ୍ରାସରେ ବନ୍ଦ ହୋଇଛି । ଏଚଡିଏଫସି ବ୍ୟାଙ୍କ, କୋଟାକ ବ୍ୟାଙ୍କ ଓ ଟିସିଏସ ଭଳି ସୂଚକାଙ୍କରେ ମଜବୁତ ଯୋଗଦାନ ରଖୁଥିବା କମ୍ପାନୀ ସେୟାର ତଳମୁହାଁ ଯୋଗୁଁ କାରବାର ଖସିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 340.60 ପଏଣ୍ଟ ହ୍ରାସ ହୋଇ 49,161.81 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 91.60 ପଏଣ୍ଟ କମି 14,850.75 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ସର୍ବାଧିକ 3 ପ୍ରତିଶତ ହ୍ରାସ କୋଟାକ ବ୍ୟାଙ୍କର ହୋଇଛି । ଏହା ବ୍ୟତିତ ଏଚଡିଏଫସି, ବଜାଜ ଫାଇନାନ୍ସ, ବଜାଜ ଫିନସର୍ଭ, ଟେକ ମହିନ୍ଦ୍ରା, ଏଚୟୁଏଲ ଓ ଟାଇଟନ ଆଦି ସେୟାରରେ ହ୍ରାସ ରହିଛି ।

ଅନ୍ୟପଟେ ଏନଟିସି , ଓଏନଜିସି, ପାୱରଗ୍ରୀଡ , ସନଫାର୍ମା, ଅଲ୍ଟ୍ରାଟେକ ସିମେଣ୍ଟ ଓ ଏସବିଆଇ ଲାଭରେ ରହିଥିବା ସେୟାରରେ ସାମିଲ ଅଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.66 ପ୍ରତିଶତ କମି ବ୍ୟାରେଲ ପ୍ରତି 67.87 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.