ETV Bharat / business

ବଜାରରେ ବଡ ହ୍ରାସ, ଧରାଶାୟୀ ସେୟାର ସୂଚକାଙ୍କ

author img

By

Published : Mar 23, 2020, 5:39 PM IST

ଚଳିତ ମାସରେ କୋରୋନା ଭୟ ଘାରିଥିବାରୁ ବଜାର ବେହାଲ ହୋଇପଡିଛି । ଲଗାତାର ସେୟାର ସୂଚକାଙ୍କ ହ୍ରାସ ପାଉଛି । 10 ପ୍ରତିଶତ ହ୍ରାସ ଥର ଏହି ମାସରେ 2-2 ଥର ବଜାର ଲୋୟର ସର୍କିଟ ହିଟ କରିଛି ।

Sensex suffers biggest crash in history, cracks 3,900 points
ବଜାରରେ ବଡ ହ୍ରାସ , ଧରାଶାୟୀ ସେୟାର ସୂଚକାଙ୍କ

ମୁମ୍ବାଇ: କୋରୋନା କରାଳରେ ଧରାଶାୟୀ ସେୟାର ବଜାରର । ମଚିଯାଇଛି ହାହାକାର । ସେନସେକ୍ସ ଇତିହାସରେ ଭାରୀ ହ୍ରାସ ରେକର୍ଡ । ସୋମବାର ବଜାରରେ ସେୟାର ସୂଚକାଙ୍କ ତଳମୁହାଁ ସହ ବନ୍ଦ ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 3934.72 ପଏଣ୍ଟ ହ୍ରାସ ପାଇ 25,981.24 ରେ ବନ୍ଦ ହୋଇଥି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 1,110.85 ପଏଣ୍ଟ କମି 7,634.60ରେ କାରବାର ବନ୍ଦ କରିଛି ।

ଚଳିତ ମାସରେ କୋରୋନା ଭୟ ଘାରିଥିବାରୁ ବଜାର ବେହାଲ ହୋଇପଡିଛି । ଲଗାତାର ସେୟାର ସୂଚକାଙ୍କ ହ୍ରାସ ପାଉଛି । 10 ପ୍ରତିଶତ ହ୍ରାସ ଥର ଏହି ମାସରେ 2-2 ଥର ବଜାର ଲୋୟର ସର୍କିଟ ହିଟ କରିଛି । ଫଳରେ ନିବେଶକଙ୍କୁ ଲକ୍ଷାଧିକ କୋଟି ଟଙ୍କା ହରାଇବାକୁ ପଡିଛି । ତେବେ କୋରୋନା ପ୍ରଭାବରେ କେବଳ ଭାରତ ନୁହେଁ ବିଶ୍ବ ଇକ୍ୟୁଟି ବଜାରରେ କମ୍ପନ ସୃଷ୍ଟି ହୋଇ ଯାଇଛି ।

ସାମାଜିକ ଦୂରତା ଯୋଗୁଁ ପ୍ରାୟ 1 ଅରବ ଲୋକ ଏବ ନିଜ ଘରେ ଆତ୍ମବନ୍ଦୀ ହୋଇ ରହିଛନ୍ତି । ସେପଟେ ଆବଶ୍ୟକ ସେବାକୁ ଛାଡି ସବୁ କାରବାର ଠପ ହୋଇଯାଇଛି । ଏଥିଯୋଗୁଁ ମାନ୍ଦାବସ୍ଥା ଜଳଜଳ ଦେଖାଦେଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.