ETV Bharat / business

ପୁଣି ସେନସେକ୍ସ 50 ହଜାର ଟପିଲା, ଉତ୍ସାହିତ ନିବେଶକ

author img

By

Published : Mar 2, 2021, 8:40 PM IST

କାରବାର ସପ୍ତାହର ଦ୍ବିତୀୟ ଦିନରେ ନିବେଶକ ଉତ୍ସାହିତ । ଚମକିଛି ଅଟୋ, ଆଇଟି ଷ୍ଟକ କାରବାର ବମ୍ପର ବୃଦ୍ଧି ସହ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ପୁଣି ସେନସେକ୍ସ 50 ହଜାର ଟପିଲା , ଉତ୍ସାହିତ ନିବେଶକ

ମୁମ୍ବାଇ: ଘରୋଇ ଓ ବୈଶ୍ବିକ ସ୍ତରରେ ସକରାତ୍ମକ ସଙ୍କେତ ମଧ୍ୟ ଗାଡି, ବ୍ୟାଙ୍କ ଓ ଆଇଟି କମ୍ପାନୀର ସେୟାରରେ ବୃଦ୍ଧି ହୋଇଛି । ଫଳରେ ବିଏସଇ ସେନସେକ୍ସ ମଙ୍ଗଳବାର 447 ପଏଣ୍ଟ ମଜବୁତ ହୋଇ 50 ,000 ସ୍ତର ପାର କରିଛି । ସେପଟେ ନିଫ୍ଟି 15 ହଜାର ନିକଟତର ରହିଛି ।

ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 447.05 ପଏଣ୍ଟ ବୃଦ୍ଧି ହୋଇ 50,296.89 ପଏଣ୍ଚରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 157.55 ପଏଣ୍ଟ ବଢି 14,919.10 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲାଭରେ ରହିଛି । ଏଥିରେ 4.98 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଏନଟିପିସି, ବଜାଜ ଅଟୋ, ଟେକ ମହିନ୍ଦ୍ରାରେ ଭଲ ବୃଦ୍ଧି ରହିଛି । ଲାଭରେ ରହିଥିବା ଅନ୍ୟ ପ୍ରମୁଖ ସେୟାରରେ ଟିସିଏସ , ମାରୁତି, ଇମ୍ଫୋସିସ, ଏଚସିଏଲ ଟେକ, ନେସଲେ ଟେକ, ନେସଲେ ଓ ଭାରତୀୟ ଏୟାରଟେଲ ବି ସାମିଲ ଅଛି । ଅନ୍ୟପଟେ ଓଏନଜିସି, ଏଚଡିଏଫସି, ପାୱର ଗ୍ରୀଡ ଓ ଏସବିଆଇ କ୍ଷତିରେ ଅଛି । ସେନସେକ୍ସର 30 ସେୟାର ମଧ୍ୟରୁ 25ଟି ଲାଭରେ ବନ୍ଦ ହୋଇଛି ।

ବିଶ୍ଲେଷକଙ୍କ ଅନୁସାରେ ତୃତୀୟ ତ୍ରୟମାସରେ ଜିଡିପିରେ ବୃଦ୍ଧି ହେବା ଦ୍ବାରା ନିବେଶକ ଉତ୍ସାହିତ ଅଛନ୍ତି । ଏଥିସହ ବୈଶ୍ବିକ ବଣ୍ଡ ବଜାରରେ ଗତ ସପ୍ତାହ ହ୍ରାସ-ବୃଦ୍ଧି ପରେ ସ୍ଥିରତା ଆସିବା ଯୋଗୁଁ ଧାରଣା ମଜବୁତ ହୋଇଛି । ଅନ୍ୟପଟେ ବ୍ରେଣ୍ଟ କ୍ରୁଡ ଅଶୋଧିତ ତୈଳ 0.71 ପ୍ରତିଶତ ସୁଦୃଢ ହୋଇ ବ୍ୟାରେଲ ପ୍ରତି 63.76 ଡଲାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.