ETV Bharat / business

ପୁଞ୍ଜି ବଜାରରେ ପ୍ରଥମ: ସର୍ବୋଚ୍ଚ ସ୍ତରରେ ସେନସେକ୍ସ ଓ ନିଫ୍ଟି

author img

By

Published : Feb 15, 2021, 5:57 PM IST

ପ୍ରଥମ ଥର ପାଇଁ ସେନସେକ୍ସ 52,000 ମାର୍କ ପାର କରିଥିବା ବେଳେ ନିଫ୍ଟି 15 ହଜାର 300 ଡେଇଁଛି । ଅଧିକ ପଢନ୍ତୁ..

ପୁଞ୍ଜି ବଜାରରେ ପ୍ରଥମ :  ସର୍ବୋଚ୍ଚ ସ୍ତରରେ ସେନସେକ୍ସ ଓ ନିଫ୍ଟି

ମୁମ୍ବାଇ: ସପ୍ତାହର ପ୍ରଥମ ଦିନ ସୋମବାର ସେୟାର ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ସେନସେକ୍ସ 52,000 ମାର୍କ ପାର କରିଥିବା ବେଳେ ନିଫ୍ଟି 15 ହଜାର 300 ଡେଇଁଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 609.83 ପଏଣ୍ଟ ବୃ୍ଦ୍ଧି ହୋଇ 52,154.13 ପଏଣ୍ଟରେ ରେକର୍ଡ ସର୍ବୋଚ୍ଚରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 151.40 ପଏଣ୍ଟ ବଢି ପ୍ରଥମ ଥର 15,314.70 ରେ ପହଞ୍ଚିଛି ।

ସୋମବାର ସେନସେକ୍ସ ପ୍ରାୟ 363 ପଏଣ୍ଟର ବମ୍ପର ବୃ୍ଦ୍ଧିରେ 51,907 ପଏଣ୍ଟ ସହ ରେକର୍ଡ ସ୍ତରରେ ଖୋଲିଲା । ଆଉ ଆରମ୍ଭର କେଇ ମିନିଟରେ କାରବାରରେ ସେନସେକ୍ସରେ ସାନଦାର ବୃଦ୍ଧି ସହ 52 ହଜାର ସ୍ତରକୁ ପାର କରି 52052 ପଏଣ୍ଟ ଛୁଇଁଥିଲା । ପୂରା ଦିନର କାରବାରରେ ସେନସେକ୍ସ 52,235.97 ର ସର୍ବୋଚ୍ଚ ସ୍ତର ଓ 51,886.46 ର ନିମ୍ନ ସ୍ତର ଛୁଇଁଲା ।

ସେପଟେ ନିଫ୍ଟି ପ୍ରାୟ 107 ପଏଣ୍ଟ ବଢିବା ସହ 15,270 ପଏଣ୍ଟ ସ୍ତରରେ ଖୋଲିଥିଲା । ପ୍ରକାଶ ଯେ, ଶୁକ୍ରବାର ସେନସ୍କସ 51,544 ପଏଣ୍ଟ ସ୍ତର ଓ ନିଫ୍ଟି 15,163 ସ୍ତରରେ ବନ୍ଦ ହୋଇଥିଲା ।

ଆକ୍ସିସ ବ୍ୟାଙ୍କ ସେନସେକ୍ସ ପ୍ୟାକର ସବୁଠୁ ଅଧିକ ପ୍ରଫିଟ ପାଇଥିବା ବେଲେ ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏସବିଆଇ, ଇଣ୍ଡସିଣ୍ଡ , ଏଚଡିଏଫସି ବ୍ୟାଙ୍କ, କୋଟାକ ବ୍ୟାଙ୍କ ସେୟାର ମଧ୍ୟ ଉପରମୁହାଁ ଅଛି ।

ସେପଟେ ବୈଶ୍ବିକ ବଜାରରେ ତେଲ ବେଞ୍ଚମାର୍ତ ବ୍ରେଣ୍ଟ କ୍ରୁଡ 1.030 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପ୍ରତି 63.24 ଡଲାରରେ କାରବାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.