ETV Bharat / business

ବଜାର ବଳବାନ, ସେନସେକ୍ସ 997 ପଏଣ୍ଟ ଚଢିଲା - ବିଶ୍ବ ବଜାର ଉଛୁଳୁଛି

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ କାରବାର ଶେଷ ସୁଦ୍ଧା 997.46 ପଏଣ୍ଟ ବଢି 33,717.62 ପଏଣ୍ଟରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ...

sensex soars 997 points nifty tops 9850 mark
ବଜାର ବଳବାନ , ସେନସେକ୍ସ 997 ପଏଣ୍ଟ ଚଢିଲା
author img

By

Published : Apr 30, 2020, 6:29 PM IST

ମୁମ୍ବାଇ: ଗୁରୁବାର ବିଶ୍ବ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ଶକ୍ତି, ଆଇଟି ଓ ବ୍ୟାଙ୍କିଙ୍ଗ ସେକ୍ଟର ସେୟାର ଉପରମୁହାଁ । ଗୁରୁବାରକୁ ମିଶାଇ ଲଗାତାର 4 ଦିନ ଧରି ସେୟାର ସୂଚକାଙ୍କ ସବୁଜରେ ବନ୍ଦ ହେଉଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ କାରବାର ଶେଷ ସୁଦ୍ଧା 997.46 ପଏଣ୍ଟ ବଢି 33,717.62 ପଏଣ୍ଟରେ ବନ୍ଦ ହୋଇଛି । କାରବାର ସମୟରେ ଏହା ସର୍ବୋଚ୍ଚ ଦିନିକିଆ ଅଭିବୃଦ୍ଧି ସହ 33,887.25 ପଏଣ୍ଟେ ପହଞ୍ଚିଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 306.55 ପଏଣ୍ଟ ବୃଦ୍ଧି ସହ 9,859.90 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ କମ୍ପାନୀ ମଧ୍ୟରେ ଓଏନଜିସି ସର୍ବାଧିକ 13 ପ୍ରତିଶତରୁ ଉର୍ଦ୍ଧ୍ବ ପଏଣ୍ଟ ବଢିଛି । ଏହା ବ୍ୟତିତ ଏଚସିଏଲ ଟେକ, ହିରୋ ମୋଟୋକପ, ଏନଟିପିସି, ଟିସିଏସ, ଇମ୍ଫୋସିସ ଓ ମାରୁତି ସୁଜୁକି ସେୟାରରେ ମଧ୍ୟ ଅଭିବୃଦ୍ଧି ଦେଖାଦେଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଓ ମହିନ୍ଦ୍ରା ସେୟାର ତ୍ରୈୟମାସ ରିଜଲ୍ଟ ଘୋଷଣା ପୂର୍ବରୁ ପାଖାପାଖି 3 ପ୍ରତିଶତ ଉପରେ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.