ETV Bharat / business

ଘରୋଇ ବଜାରରେ ଉତ୍ସାହ, ଚମକିଲା IT ସେୟାର

author img

By

Published : Jun 24, 2021, 9:15 PM IST

ଗୁରୁବାର ବିଏସଇ ସେନସେକ୍ସ ଗୁରୁବାର 393 ପଏଣ୍ଟ ଉଛୁଳିଛି । ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଇମ୍ଫୋସିସ , ଟିସିଏସ ଓ ଏଚଡିଏଫସି ବ୍ୟାଙ୍କ ଭଳି ପ୍ରମୁଖ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ଅଧିକ ପଢନ୍ତୁ..

Sensex rises 393 points on strong global cues; IT Stock Shine
ଘରୋଇ ବଜାରରେ ଉତ୍ସାହ , ଚମକିଲା ଆଇଟି ସେୟାର

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଇମ୍ଫୋସିସ, ଟିସିଏସ ଓ ଏଚଡିଏଫସି ବ୍ୟାଙ୍କ ଭଳି ପ୍ରମୁଖ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ଫଳରେ ଗୁରୁବାର ବିଏସଇ ସେନସେକ୍ସ ଗୁରୁବାର 393 ପଏଣ୍ଟ ଉଛୁଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 392.92 ପଏଣ୍ଟ ବୃଦ୍ଧି ହୋଇ 52,699 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 103.50 ପଏଣ୍ଟ ଉଛୁଳି 15,790.45 ରେ ବନ୍ଦ ହୋଇଛି ।

ବିଏସଇ ସେନସେକ୍ସରେ ସାମିଲ ସେୟାରରେ ଇମ୍ଫୋସିସ 3 ପ୍ରତିଶତ ଅଧିକ ବଢି ସବୁଠୁ ଅଧିକ ଫାଇଦାରେ ରହିଛି । ଏହା ପରେ ଟିସିଏସ , ଟେକ ମହିନ୍ଦ୍ରା, ଏଚସିଏଲ ଟେକ ଓ ଏସିଆନ ପେଣ୍ଟସ ସେୟାରରେ ବି ବୃଦ୍ଧି ରେକର୍ଡ ହୋଇଛି । ଏହାର ବିପରୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଭାରତୀ ଏୟାରଟେଲ , ପାୱର ଗ୍ରୀଡ ଓ ଷ୍ଟେଟ ବ୍ୟାଙ୍କର ସେୟାରରେ ହ୍ରାସ ଦେଖାଦେଇଛି । ରିଲାଏନ୍ସ ସିକ୍ୟୁରିଟଜରେ ରଣନୀତି ପ୍ରମୁଖ ବିନୋଦ ମୋଦିଙ୍କ ଅନୁସାରେ ଆର୍ଥିକ ଓ ଆଇଟି କମ୍ପାନୀ ସେୟାରରେ ତୀବ୍ର ବୃଦ୍ଧି ଯୋଗୁଁ ସେନସେକ୍ସ ଉଛୁଳିଛି ।

ଏସିଆର ଅନ୍ୟ ବଜାରରେ ସଂଘାଇ , ହଂକଂ, ସୋଲ ଓ ଟୋକ୍ୟୋ ବଜାର ବି ଲାଭରେ ବନ୍ଦ ହୋଇଛି । ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ବ୍ରେଣ୍ଟ କ୍ରୁଡ ଦାମ 0.16 ପ୍ରତିଶତ ବଢି ବ୍ୟାରେଲ ପ୍ରତି 75.31 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.