ETV Bharat / business

ପ୍ରଥମ ଦିନରୁ ଚମକିଲା ବଜାର, ସେନସେକ୍ସ ଉପରମୁହାଁ

author img

By

Published : Jun 21, 2021, 8:18 PM IST

ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ଲିମିଟେଡ , ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ସୁଦୃଢ ହୋଇଛି । ଅଧିକ ପଢନ୍ତୁ..

Sensex rebounds 230 points; Nifty ends above 15,700
ପ୍ରଥମ ଦିନରୁ ଚମକିଲା ବଜାର, ସେନସେକ୍ସ ଉପରମୁହାଁ

ମୁମ୍ବାଇ: କାରବାର ସପ୍ତାହର ପ୍ରଥମ ଦିନରୁ ବଜାରରେ ଖେଳିଯାଇଛି ଉତ୍ସାହ । ନ୍ୟୁନତମ ସ୍ତରରୁ ବାହାରି 230 ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଛି ସେନସେକ୍ସ । ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ଲିମିଟେଡ , ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ସୁଦୃଢ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 600 ପଏଣ୍ଟରୁ ଅଧିକ ହ୍ରାସ ହୋଇଯାଇଥିଲା । ହେଲେ ପରେ ପୁଣି ସେୟାର ସୂଚକାଙ୍କ ଉପରମୁହାଁ ସହ ବୃଦ୍ଧି ହୋଇଛି । କାରବାର ଶେଷରେ ସେନସେକ୍ସ 230.01 ପଏଣ୍ଟ ମଜବୁତ ହୋଇ 52,574.46 ପଏଣ୍ଟରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 63.15 ପଏଣ୍ଟ ଉଛୁଳି 15,746.50 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ ସେୟାରରେ ପ୍ରାୟ 4ପ୍ରତିଶତ ବୃଦ୍ଧି ସହ ସର୍ବାଧିକ ଲାଭରେ ଏନଟିପିସିର ସେୟାର ଅଛି । ଏହା ବ୍ୟତିତ ଟାଇଟନ , ଏସବିଆଇ , ଏଚୟୁଏଲ , ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ଅଲ୍ଟ୍ରାଟେକ ସିମେଣ୍ଟରେ ବି ବୃଦ୍ଧି ହୋଇଛି । ଅନ୍ୟପଟେ ମାରୁତି, ଟିସିଏସ , ଟେକ ମହିନ୍ଦ୍ରା ଓ ଏଲ ଆଣ୍ଡ ଟି ସମେତ ଅନ୍ୟ ସେୟାରରେ ହ୍ରାସ ଦେଖାଦେଇଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ତେଲ ବଜାରରେ ବ୍ରେଣ୍ଟ କ୍ରୁଡ 0.18 ପଇସା ବଢି ବ୍ୟାରେଲ ପିଛା 73.46 ଡଲାରରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.