ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଫଳରେ ଏଚଡିଏଫସି ଲିମିଟେଡ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ ବ୍ୟାଙ୍କରେ ବୃଦ୍ଧି ହୋଇଛି । ଏଥିଯୋଗୁଁ ମଙ୍ଗଳବାର ବିଏସଇ ସେନସେକ୍ସ 584 ପଏଣ୍ଟ ଉଛୁଳି 51,025.48 ପଏଣ୍ଟରେ ବନ୍ଦ ହୋଇଛି ।
30 ସେୟାର ଆଧାରିତ ବିଏସଇ ସେନସେକ୍ସ 584.41 ପଏଣ୍ଟ ମଜବୁତ ହୋଇ 51,025.48 ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ମଧ୍ୟ 142.20 ପଏଣ୍ଟ ସୁଦୃଢ ହୋଇ 15,098.40 ପଏଣ୍ଟରେ ପହଞ୍ଚିଛି ।
ସେନସେକ୍ସର ସେୟାରରେ ସର୍ବାଧିକ ଲାଭରେ କୋଟାକ ବ୍ୟାଙ୍କ ଅଛି । ଏଥିରେ ପ୍ରାୟ 3 ପ୍ରତିଶତ ବୃଦ୍ଧି ଆସିଛି । ଅନ୍ୟପଟେ ପାୱର ଗ୍ରୀଜ , ଓଏନଜିସି, ଏନଟିପିସି ଓ ରେଡ୍ଡୀଜ ସେୟାର କ୍ଷତିରେ ରହିଛି ।
ଏଥିମଧ୍ୟରେ ବୈଶ୍ବିକ ତେଲ ବ୍ରେଣ୍ଟ କ୍ରୁଡ 0.72 ପ୍ରତିଶତ ବଢି ବ୍ୟାରେଲ ପ୍ରତି 68.73 ଡଲାରରେ ପହଞ୍ଚିଛି ।