ETV Bharat / business

432 ପଏଣ୍ଟ ଉଠିଲା ସେନସେକ୍ସ, ଚମକିଲା ଆର୍ଥିକ କମ୍ପାନୀ ସେୟାର

author img

By

Published : Nov 26, 2020, 8:06 PM IST

ବିଦେଶୀ ବଜାରରୁ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ମଜବୁତ ସଙ୍କେତ ଦେଖିବାକୁ ମିଳିଛି । ସେନସେକ୍ସ ଓ ନିଫ୍ଟି ଉପରମୁହାଁ ସହ ପ୍ରଫିଟରେ ବନ୍ଦ ହୋଇଛି ବଜାର । ଅଧିକ ପଢନ୍ତୁ..

432 ପଏଣ୍ଟ ଉଛୁଳିଲା ସେନସେକ୍ସ, ଚମକିଲା ଆର୍ଥିକ କମ୍ପାନୀ ସେୟାର

ମୁମ୍ବାଇ: ଗୋଟିଏ ଦିନର ପ୍ରବଳ ହ୍ରାସ ପରେ ପୁଣି ପ୍ରଫିଟ ସହ କମବ୍ୟାକ କରିଛି ଘରୋଇ ସେୟାର ବଜାର । ବ୍ୟାଙ୍କ ଓ ଆର୍ଥିକ କମ୍ପାନୀର ସେୟାରରେ ସେଲଅଫକୁ ଭଲ ସମର୍ଥନ ମିଳିବା ଦ୍ବାରା ବିଏସଇ ସେନସେକ୍ସ 432 ପଏଣ୍ଟ ଉଛୁଳିଛି ।

ବିଦେଶୀ ବଜାରରୁ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ମଜବୁତ ସଙ୍କେତ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ ଗୁରୁବାର 431.64 ପଏଣ୍ଟ ବଢି 44,259.74 ପଏଣ୍ଟରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 128.60 ପଏଣ୍ଟ ବଢି 12,987 ରେ ବନ୍ଦ ହୋଇଛି ।

ସେନସେକ୍ସର ସେୟାରରେ ଟାଟା ଷ୍ଟିଲ ପାଖାପାଖୀ 5 ପ୍ରତିଶତ ବୃଦ୍ଧି ସହ ସବୁଠୁ ଅଧିକ ଲାଭରେ ରହିଛି । ବଜାଜ ଫାଇନାନ୍ସ , ବଜାଜ ଅଟୋ, ଏଚଡିଏଫସି, ଏଚସିଏଲ ଟେକ ଓ ଟାଇଟନ ମଧ୍ୟ ଭଲ ଲାଭରେ ରହିଛି । ଅନ୍ୟପଟେ ମାରୁତି , ଓଏନଜିସି, ଇଣ୍ଡସାଇଣ୍ଡ ବ୍ୟାଙ୍କ ଓ ଟେକ ମହିନ୍ଦ୍ରା ସେୟାରରେ ହ୍ରାସ ଦେଖିବାକୁ ମିଳିଛି ।

ସେପଟେ ଅଶୋଧିତ ତୌଳ ଦାମ ବୈଶ୍ବିକ ବଜାରରେ 1.32 ପ୍ରତିଶତ ବଢି ବ୍ୟାରେଲ ପ୍ରତି 47.89 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.