ETV Bharat / business

Sensexର ନୂଆ ରେକର୍ଡ, ପ୍ରଥମ ଥର 15,800 ଡେଇଁଲା Nifty

author img

By

Published : Jun 14, 2021, 8:46 PM IST

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇମ୍ଫୋସିସ , ଟିସିଏସ ଭଳି ବଡ କମ୍ପାନୀ ସେୟାରରେ ବୃଦ୍ଧି ଓ ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବରେ ଘରୋଇ ଇକ୍ୟୁଟି ବଜାର ଉତ୍ସାହିତ । ସେନସେକ୍ସ 77 ପଏଣ୍ଟ ବୃଦ୍ଧି ସହ କରିଛି ନୂଆ ରେକର୍ଡ । ଅଧିକ ପଢନ୍ତୁ..

Sensexର ନୂଆ ରେକର୍ଡ , ପ୍ରଥମ ଥର 15,800 ଡେଇଁଲା Nifty

ମୁମ୍ବାଇ: ସୋମବାର ସର୍ବକାଳୀନ ସ୍ତରରେ କାରବାର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇମ୍ଫୋସିସ , ଟିସିଏସ ଭଳି ବଡ କମ୍ପାନୀ ସେୟାରରେ ବୃଦ୍ଧି ଓ ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବରେ ଘରୋଇ ଇକ୍ୟୁଟି ବଜାର ଉତ୍ସାହିତ । ସେନସେକ୍ସ 77 ପଏଣ୍ଟ ବୃଦ୍ଧି ସହ କରିଛି ନୂଆ ରେକର୍ଡ ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 76.77 ପ୍ରତିଶତ ବୃଦ୍ଧି ସହ 52,551.53 ପଏଣ୍ଟରେ ବନ୍ଦ ହୋଇଛି । ଯାହାକି ଏହାର ସର୍ବକାଳୀନ ସ୍ତର । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 12.50 ପଏଣ୍ଟ ଲାଭ ହୋଇ 15,811.85 ପଏଣ୍ଟ ସହ ନୂଆ ରେକର୍ଡ ସ୍ତର ଛୁଇଁଛି ।

ସେନସେକ୍ସର କମ୍ପାନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ସବୁଠୁ ଅଧିକ 1.5 ପ୍ରତିଶତ ଚଢିଛି । ବଜାଜ ଫାଇନାନ୍ସ, ଓଏନଜିସି, ଇମ୍ଫୋସିସ, ପାୱରଗ୍ରୀଡ , ଏଲଆଣ୍ଡଟି ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାର ବି ଲାଭରେ ଅଛି । ଅନ୍ୟପଟେ କୋଟକ ବ୍ୟାଙ୍କ, ଏନଟିପିସି, ଏଚଡିଏଫସି , ସନ ଫାର୍ମା , ବଜାଜ ଅଟୋ ଓ ମାରୁତି ସେୟାରରେ ହ୍ରାସ ଦେଖାଦେଇଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ଅଶୋଧିତ ତୈଳ 0.94 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 73.37 ଡଲାର ରହିଛି । ସେପଟେ ଡଲାର ତୁଳନାରେ ଟଙ୍କା 22 ପଇସା ହ୍ରାସ ହୋଇ 73.29 ଡଲାରରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.