ETV Bharat / business

ହାହାକାର ବଜାର: ସେନସେକ୍ସ 938 ପଏଣ୍ଟ ହ୍ରାସ, 14 ହଜାର ତଳେ ନିଫ୍ଟି

author img

By

Published : Jan 27, 2021, 5:44 PM IST

ବଜେଟ ପୂର୍ବରୁ ବଜାର ହାହାକାର । ଆଜି ସେନସେକ୍ସ 937.66 ପଏଣ୍ଟ ହ୍ରାସ ହୋଇ 47,409.93 ପଏଣ୍ଟ ଥିଲା ବେଳେ ନିଫ୍ଟି 14 ହଜାର ତଳକୁ ଖସିଛି । ସେନସେକ୍ସର 24 ସେୟାର ରେଡ ଓ 6 ଟି ସବୁଜରେ ବନ୍ଦ କରିଛନ୍ତି କାରବାର ।

ହାହାକାର ବଜାର: ସେନସେକ୍ସ 938 ପଏଣ୍ଟ ହ୍ରାସ, 14 ହଜାର ତଳେ ନିଫ୍ଟି
ହାହାକାର ବଜାର: ସେନସେକ୍ସ 938 ପଏଣ୍ଟ ହ୍ରାସ, 14 ହଜାର ତଳେ ନିଫ୍ଟି

ମୁ୍ମ୍ବାଇ:ବଜେଟରେ 4 ଦିନ ପୂର୍ବରୁ ହାହାକାର ପୁଞ୍ଜି ବଜାର । ସେୟାର ମାର୍କେଟରେ ବୁଧବାର ଦେଖିବାକୁ ମିଳିଛି ପ୍ରବଳ ହ୍ରାସ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଆର୍ଥିକ ସେୟାର ଦୁର୍ବଳ ବଜାର ଲଗାତାର ରେକର୍ଡ କରିବା ପରେ ଧରାଶାୟୀ ହୋଇପଡିଛି ।

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେସେକ୍ସ 937.66 ପଏଣ୍ଟ ହ୍ରାସ ହୋଇ 47,409.93 ପଏଣ୍ଟରେ ପହଞ୍ଚିଛି । ଆଜିରୁ ଲଗାତାର 4ଟି କାରବାର ଦିବସରେ ସେନସେକ୍ସ 2,382.19 ପଏଣ୍ଟ ହ୍ରାସ ହୋଇଛି । ସେନସେକ୍ସର 30 ସେୟାର ମଧ୍ୟରୁ 23 ଟି କ୍ଷତିରେ ବନ୍ଦ ହୋଇଛି । ଇଣ୍ଡିସ ଇଣ୍ଡ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର ସେୟାର ସର୍ବାଧିକ 4 ପ୍ରତିଶତ ହ୍ରାସ ହୋଇଛି ।

ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ମଧ୍ୟ ଜାନୁଆରୀ 4 ପରଠୁ ପ୍ରଥମ ଥର 14 ହଜାର ତଳକୁ ଖସିଛି । ନିଫ୍ଟି ଆଜି 271.40 ପଏଣ୍ଟ ଖସି 13,967.50. ପଏଣ୍ଟରେ କାରବାର ଶେଷ କରିଛି । ଗତ 4 କାରବାର ଦିବସରେ 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 677.20 ପ୍ରତିଶତ କମିଛି ।

ଆଜି ସେନସେକ୍ସ ଚାର୍ଟରେ ଆକ୍ସିସ ବ୍ୟାଙ୍କ, ଟାଇଟନ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଡ.ରେଡ୍ଡିସ, ଏଚଡିଏଫସି ଏବଂ ଏସିଆନ ପେଣ୍ଟସ ଅଧିକ କ୍ଷତି ସହିଥିବା ସେୟାର ରହିଛି । ଏଥିସହ ସେନସେକ୍ସର 24 ସେୟାର ନାଲି ଆଲର୍ଟରେ ଓ 6ଟି ସବୁଜରେ ବନ୍ଦ ହୋଇଛି ।

ତଥ୍ୟ ଅନୁସାରେ ବିଦେଶୀ ନିବେଶକ ଭାରତୀୟ ପୁଞ୍ଜି ବଜାରରୁ ସୋମବାର 765.30 କୋଟି ଟଙ୍କାର ସେୟାର କିଣି ନେଇଛନ୍ତି । ଫଳରେ ଆଜି ନିବେଶକଙ୍କ ଧାରଣା ଦୁର୍ବଳ ସହ କାରବାର ମାନ୍ଦା ରହିଛି । ପ୍ରକାଶ ଯେ, ମଙ୍ଗଳବାର 72 ତମ ସାଧାରଣ ତନ୍ତ୍ର ଦିବସ ଯୋଗୁଁ ବଜାର ବନ୍ଦ ରହିଥିଲା । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଟଙ୍କା ଡଲାର ତୁଳନାରେ 2 ପଇସା ମଜବୁତ ହୋଇ 72.92 ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.