ETV Bharat / business

ହାହାକାର ପରେ ହସିଲା ବଜାର, ସୁଧୁରୁଛି ସେନସେକ୍ସ

ସୋମବାରର ହୁଲସ୍ତୁଲ ପରେ ମଙ୍ଗଳବାର ସକାଳୁ ଅଭିବୃଦ୍ଧି ସହ କାରବାର ଆରମ୍ଭ । ସେନସେକ୍ସ 39,100ରେ ପହଞ୍ଚିଥିବା ବେଳେ ନିଫ୍ଟି 11,700 ରେ କାରବାର କରୁଛି।

author img

By

Published : Jun 18, 2019, 3:20 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦ୍ରୁତ ହ୍ରାସ ପରେ ଉଛୁଳିଲା ସେନସେକ୍ସ । ସୋମବାର ଭାରୀ କ୍ଷତି ପରେ ମଙ୍ଗଳବାର ସକାଳୁ ଅଭିବୃଦ୍ଧି ସହ କାରବାର ଆରମ୍ଭ ହୋଇଛି । ଉଭୟ ସେନସେକ୍ସ ଓ ନିଫ୍ଟିର ପ୍ରମୁଖ ସୂଚକାଙ୍କ ସୁଦୃଢ ରହିଥିବା ଦେଖାଦେଇଛି। ଟ୍ରେଡୱାର ଚିନ୍ତାରେ ଧୀମେଇ ପଡିଥିବା ସେୟାର ଏବେ ଆମେରିକା ଫେଡରାଲ ରିଜର୍ଭ ବୈଠକ ପୂର୍ବରୁ ସକ୍ରିୟ ହେଉଛି। ମଙ୍ଗବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 140 ପଏଣ୍ଟ ବଢି 39,100ରେ ପହଞ୍ଚିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 11,700 ରେ କାରବାର କରୁଛି।

ଏଥିମଧ୍ୟରେ ଆଜି ଡଲାର ତୁଳନାରେ ଟଙ୍କା ମଧ୍ୟ 8 ପଇସା ମଜବୁତ ହୋଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 69.82ରେ ପହଞ୍ଚିଛି। ଟ୍ରେଡୱାର ବଢିବା ଆଶଙ୍କାରେ ଟଙ୍କା ଲଗାଇବାକୁ ଭୟଭୀତ ହୋଇପଡିଥିଲେ ନିବେଶକ। ଯେଉଁଥିପାଇଁ ସୋମବାର ବଜାରରେ ପ୍ରମୁଖ ସେୟାରର ଇଣ୍ଡେକ୍ସ ଭାରୀ ମାତ୍ରାରେ ହ୍ରାସ ପାଉଥିଲେ। ଫଳରେ ସେନସେକ୍ସ 500 ପଏଣ୍ଟ କମି 39 ହଜାର ତଳକୁ ଖସିଥିବା ବେଳେ ନିଫ୍ଟି 151 ପଏଣ୍ଟ ହ୍ରାସ ପାଇ 11,700 ତଳେ ରହିଥିଲା । ସେହିପରି ଡଲାର ତୁଳନାରେ ଟଙ୍କା ମଧ୍ୟ 10 ପଇସା ଦୁର୍ବଳ ହୋଇ 69.74 କୁ ଆସିଯାଇଥିଲା ।

Intro:ବ୍ରୟଲର ବୋଝେଇ ପିକ ଅପ ସହ ମୋଟର ସାଇକେଲ ଧକ୍କାରେ କକା ମୃତ ଝିଆରୀ ଗୁରୁତର। ଆଜି ବାରିପଦା-ଚିତ୍ରଡା ରାସ୍ତା ରଙ୍ଗାମାଟିଆ ଠାରେ ଦ୍ରୁତ ଗତିରେ ମାଡ଼ିଆସି ପିକ ଅପ ମୋଟର ସାଇକେଲ କୁ ଧକ୍କା ଦେଇଥିଲା। କକା ନୃସିଂହ କିସ୍କୁ ଓ ଝିଆରୀ ଦୁଲାରୀ ମାଝୀ ନିଜ ଗାଁ ବାରିପଦା ସଦରଥାନା ଅନ୍ତର୍ଗତ ଇନ୍ଦପାହି ଗାଁ ରୁ ସକାଳୁ କୌଣସି କାମରେ ବାରିପଦା ଅଭିମୁଖେ ଯାଉଥୁବା ସମୟରେ ଦୁର୍ଘଟଣା ରେ କକା ର ମୃତ୍ୟୁ ହୋଇଥିବା ବେଳେ ଝିଆରୀ ଗୁରୁତର ହୋଇ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜ ରେ ଚିକିତ୍ସିତ ହେଉଛନ୍ତି। Body:ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ୟକ୍ତ ଲୋକେ ବାରିପଦା-ଚିତ୍ରଡା ରାସ୍ତାକୁ ରଙ୍ଗାମାଟିଆ ଛକରେ ରାସ୍ତା ରୋକ କରିଥିଲେ। Conclusion:କ୍ଷତିପୂରଣ ଦାବି ପାଇଁ ରାସ୍ତାରୋକ କରିଥିଲେ ତେବେ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.