ETV Bharat / business

ହ୍ରାସ-ବୃଦ୍ଧି ଭିତରେ ତଳମୁହାଁ ସେୟାର ସୂଚକାଙ୍କ

author img

By

Published : Feb 10, 2021, 6:22 PM IST

ଗତ ସପ୍ତାହର ଲଗାତାର ବୃଦ୍ଧି ପରେ ଗତ ଦିନ ଧରି ଲାଭଖୋରଙ୍କ ସେଲଅଫ ଚାପ ବଜାରରେ ରହିଛି । ଏଥିଯୋଗୁଁ ରେଡ ଆଲର୍ଟରେ ବଜାର କାରବାର ବନ୍ଦ କରୁଛି । ଅଧିକ ପଢନ୍ତୁ..

ହ୍ରାସ-ବୃଦ୍ଧି ଭିତରେ ତଳମୁହାଁ ସେୟାର ସୂଚକାଙ୍କ
ହ୍ରାସ-ବୃଦ୍ଧି ଭିତରେ ତଳମୁହାଁ ସେୟାର ସୂଚକାଙ୍କ

ମୁମ୍ବାଇ: ହ୍ରାସ-ବୃଦ୍ଧି ମଧ୍ୟରେ ସାମାନ୍ୟ ଦୁର୍ବଳ ହୋଇ ବନ୍ଦ ହୋଇଛି ପୁଞ୍ଜି ବଜାର । ସକରାତ୍ମକ ବୈଶ୍ବିକ ସଙ୍କେତ ପରେ ବି ସ୍ଥାନୀୟ ସେୟାର ବଜାରରେ ପ୍ରମୁଖ ସୂଚକାଙ୍କ ସାମାନ୍ୟ ହ୍ରାସ ହୋଇଛି ।

ଗତ ସପ୍ତାହର ଲଗାତାର ବୃଦ୍ଧି ପରେ ଗତ ଦିନ ଧରି ଲାଭଖୋରଙ୍କ ସେଲଅଫ ଚାପ ବଜାରରେ ରହିଛି । ଏଥିଯୋଗୁଁ ରେଡ ଆଲର୍ଟରେ ବଜାର କାରବାର ବନ୍ଦ କରୁଛି । ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ମୋଟ 666.64 ପଏଣ୍ଟ ଅଧିନେର ହ୍ରାସ-ବୃଦ୍ଧି ପରେ ଶେଷରେ 19.69 ପଏଣ୍ଟ କମି 51,309.39 ପଏଣ୍ଟରେ ବନ୍ଦ ହୋଇଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 2.80 ପଏଣ୍ଟ ଖସି 15,106.50 ପଏଣ୍ଟ ରହିଛି ।

ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ , ଆକ୍ସିସ ବ୍ୟାଙ୍କ, ନେସ୍ଲେ ଇଣ୍ଡିଆ, ଓଏନଜିସି, ଏଲ ଆଣ୍ଡ ଟି ତଥା ଏସବିଆଇରେ 1 ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ କରିଛନ୍ତି । ଏହାର ବିପରୀତ ବଜାଜ ଫିନସର୍ଭ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଇଟନ ଓ ଟିସିଏସ ଭଳି ପ୍ରମୁଖ ସେୟାରରେ ହାଲକା ସୁଧାର ହୋଇଛି । ଏସିଆରେ ସଂଘାଇ, ହଂକଂ , ଟୋକିଓ ଆଦି ଲାଭରେ ରହିଛି ।

ସେପଟେ ବୈଶ୍ବିକ କମୋଡିଟି ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ଦାମ 0.23 ପ୍ରତିଶତ ଚଢି ବ୍ୟାରେଲ ପ୍ରତି 61.36 ଡଲାର ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.