ETV Bharat / business

ଅସ୍ଥିର ବଜାର, ସାମାନ୍ୟ ବୃଦ୍ଧିରେ ବନ୍ଦ କାରବାର

author img

By

Published : Mar 8, 2021, 5:47 PM IST

ସୋମବାର ସାମାନ୍ୟ ବୃଦ୍ଧିରେ ବନ୍ଦ ହୋଇଛି ପୁଞ୍ଜି ବଜାର । ପୂରା କାରବାର ମଧ୍ୟରେ ହ୍ରାସ ବୃଦ୍ଧି ଜାରି ରହିଥିବା ଭିତରେ ସେନସେକ୍ସ ଓ ନିଫ୍ଟି ସବୁଜରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ଅସ୍ଥିର ବଜାର, ସାମାନ୍ୟ ବୃଦ୍ଧିରେ ବନ୍ଦ କାରବାର
ଅସ୍ଥିର ବଜାର, ସାମାନ୍ୟ ବୃଦ୍ଧିରେ ବନ୍ଦ କାରବାର

ମୁମ୍ବାଇ: ଗତ ସପ୍ତାହର ଲଗାତାର ହ୍ରାସ ପରେ ଚଳିତ କାରବାର ସପ୍ତାହର ପ୍ରଥମ ଦିନରେ ବଢିଛି ପୁଞ୍ଜି ବଜାର । ସାମାନ୍ୟ ବୃଦ୍ଧି ସହ ଉପରମୁହାଁ ସେନସେକ୍ସ ଓ ନିଫ୍ଟି ।

ଶକ୍ତି, ଆଇଟି ଓ ଫାର୍ମା ସେୟାରରେ ପ୍ରଫିଟ ଯୋଗୁଁ ବଜାର ପ୍ରଫିଟ ସହ ଖୋଲିଥିଲା । କିନ୍ତୁ କାରବାର ସମୟରେ ହ୍ରାସ ବୃଦ୍ଧି ଜାରି ରହିଥିଲା । ଆଉ ଏହି ଅସ୍ଥିରତା ଭିତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 35.75 ପଏଣ୍ଟ ବଢି 50,441.07 ପଏଣ୍ଟରେ ବନ୍ଦ ହୋଇଛି । ତେବେ କାରବାରର ଏକ ସମୟରେ ସେନସେକ୍ସ 667 ପଏଣ୍ଟ ଉଛୁଳିଥିଲା । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ଯୋଗୁଁ ଏହି ଅଭିବୃଦ୍ଧି ବଜାୟ ରହିପାରିଲାନି ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 18.10 ପଏଣ୍ଟ ବଢି 14,956.20 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସର କମ୍ପାନୀରେ ଏଲଆଣ୍ଡଟି, ଓଏନଜିସି, ଏଲସିଏଲ ଟେକ, ଏନଟିପିସି, ଆକ୍ସିସ ବ୍ୟାଙ୍କ ଓ ଇମ୍ଫୋସିସ ଲାଭରେ ରହିଛି । ଅନ୍ୟପଟେ ବଜାଜ ଫାଇନାନ୍ସ , ଇଣ୍ଡସଇଣ୍ଡ ବ୍ୟାଙ୍କ, ଅଲ୍ଟ୍ରାଟେକ ସିମେଣ୍ଟ , ବଜାଜ ଅଟୋ, ଅଚଡିଏଫସି ଓ ଏଚଡିଏଫସି ବ୍ୟାଙ୍କର ସେୟାରରେ ହ୍ରାସ ଦେଖାଦେଇଛି ।

ସେପଟେ ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା 23 ପଇସା ଦୁର୍ବଳ ହୋଇ ଡଲାର ପ୍ରତି 73.25 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.