ETV Bharat / business

ଚମକିଲା ଫାଇନାନ୍ସ ସେୟାର, ସେନସେକ୍ସ 508 ପଏଣ୍ଟ ବୃ୍ଦ୍ଧି - shares shine

ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଆକ୍ସିସ ବ୍ୟାଙ୍କରେ ବୃଦ୍ଧି ସହ ବଜାର ମଜବୁତ ହୋଇଛି । ସୋମବାର କାରବାର ଉପରମୁହାଁ ରହିଛି । ଅଧିକ ପଢନ୍ତୁ..

ଚମକିଲା ଫାଇନାନ୍ସ ସେୟାର, ସେନସେକ୍ସ 508 ପଏଣ୍ଟ ବୃ୍ଦ୍ଧି

author img

By

Published : Apr 26, 2021, 7:52 PM IST

ମୁମ୍ବାଇ: ବୈଶ୍ବିକ ସ୍ତରରେ ମିଶ୍ରିତ ସଙ୍କେତ ଭିତରେ ଘରୋଇ ସେୟାର ବଜାର ରହିଛି ଉପରମୁହାଁ । ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଆକ୍ସିସ ବ୍ୟାଙ୍କରେ ବୃଦ୍ଧି ସହ ବଜାର ମଜବୁତ ହୋଇଛି । ସୋମବାର କାରବାର ପ୍ରଫିଟରେ ରହିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 508.06 ପଏଣ୍ଟ ବଢି 48,386.51 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 143.65 ପଏଣ୍ଟ ଉଛୁଳି 14,485 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ସର୍ବାଧିକ ଲାଭ ଆକ୍ସିସ ବ୍ୟାଙ୍କର ରହିଛି । ଏଥିରେ 4 ପ୍ରତିଶତରୁ ଊର୍ଦ୍ଧ୍ବ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ, ଅଲ୍ଟ୍ରାଟେକ ସିମେଣ୍ଟ, ଏଚୟୁଏଲ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପାୱର ଗ୍ରୀଡ , ବଜାଜ ଅଟୋ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବି ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଏଚସିଏଲ ଟେକ, ଏଚଡିଏଫସି ବ୍ୟାଙ୍କ, ମାରୁତି, ସନଫାର୍ମା ଓ ଟିସିଏସ ଆଦି ସେୟାର ହ୍ରାସ ହୋଇଛି ।

ରିଲାଏନ୍ସ ସିକ୍ୟୁରିଟିଜର ରଣନୀତିକ ପ୍ରମୁଖ ବିନୋଦ ମୋଦି କହିଛନ୍ତି କି, କୋଭିଡ-19 ମାମଲା ବୃଦ୍ଧି ପ୍ରଭାବ ବଜାରରେ ଦେଖିବାକୁ ମିଳିନି । ସୁରକ୍ଷିତ ନିବେଶ ଦୃଷ୍ଟିରୁ ଆର୍ଥିକ କମ୍ପାନୀ ସେୟାର ଉପରମୁହାଁ ଯୋଗୁଁ ବଜାରକୁ ବଳ ମିଳିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.74 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 64.28 ଡଲାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.