ମୁମ୍ବାଇ: ମଙ୍ଗଳବାର ମଧ୍ୟ ବଜାରରେ ସବୁଜରେ ବନ୍ଦ ହୋଇଛି । ବ୍ୟାଙ୍କିଙ୍ଗ ସେୟାରରେ ସୁଧାର ଯୋଗୁଁ ପୁଞ୍ଜି ବଜାରରେ ଅଭିବୃଦ୍ଧି ଫେରିଛି ।
ସପ୍ତାହର ଦ୍ବିତୀୟ ଦିନରେ ବୃଦ୍ଧି ସହ କାରବାର ଆରମ୍ଭ ହୋଇଥିଲା ବେଳେ । ହ୍ରାସ ବୃଦ୍ଧି ଜାରି ରହିଥିଲା । ଏକ ସମୟରେ ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଡରେ କାରବାର କରୁଥିବା ଦେଖିବାକୁ ମିଳିଥିବା । ହେରେ ଶେଷ ସୁଦ୍ଧା ପୁଣି ଅଭିବୃଦ୍ଧି ଫେରିଥିଲା ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 371.44 ପଏଣ୍ଟ ବଢି 32,199.91 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 98.60 ପଏଣ୍ଟ ବୃଦ୍ଧି ସହ 9,380.90 ପଏଣ୍ଟରେ ବନ୍ଦ ହୋଇଛି ।
ବିଏସଇ ଇଣ୍ଡେକ୍ସ ମଧ୍ୟରେ ବ୍ୟାଙ୍କିଙ୍ଗ ସେୟାର ଶୀର୍ଷରେ ରହିଛନ୍ତି । ବଜାଜ ଫାଇନାନ୍ସ, ଏଚଡିଏଫସି ଓ ଏକ୍ସିସ ବ୍ୟାଙ୍କ ବ୍ୟତିତ ଆଇସିଆଇସିଆଇ ବ୍ୟାଙ୍କ ସେୟାର 3 ପ୍ରତିଶତରୁ ଅଧିକ ବଢି ବନ୍ଦ ହୋଇଛି ।
ସୋମବାର ମ୍ୟୁଚୁଆଲ ଫଣ୍ଡ କମ୍ପାନୀଙ୍କୁ ବୁଷ୍ଟର ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ 50 ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ସୁବିଧା ଘୋଷଣା କରାଯାଇଛି । ଏଥିପାଇଁ ଫାଇନାନ୍ସ କମ୍ପାନୀ ସେୟାର ଉପରମୁହାଁ ରହିଛି ।