ETV Bharat / business

ବଜାରରେ ବୃଦ୍ଧି ଜାରି, ପ୍ରଫିଟରେ ନିବେଶକ

author img

By

Published : May 7, 2021, 9:14 PM IST

ଶୁକ୍ରବାର ଲଗାତାର ତୃତୀୟ ଦିନ ଧରି କାରବାର ଉପରମୁହାଁ ରହିଛି । ଏଚଡିଏଫସି, ଏଚଡିଏଫସି ବ୍ୟାଙ୍କ, ଆଇଟିସି ଓ ଭାରତୀ ଏୟାରଟେଲ ସେୟାର ବଢିଛି । ଅଧିକ ପଢନ୍ତୁ..

Sensex jumps 257 point; Nifty ends above 14,800
ବଜାରରେ ବୃଦ୍ଧି ଜାରି, ପ୍ରଫିଟରେ ନିବେଶକ

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବ ଦେଖାଦେଇଛି ଘରୋଇ ସେୟାର ବଜାରରେ । ଶୁକ୍ରବାର ଲଗାତାର ତୃତୀୟ ଦିନ ଧରି କାରବାର ଉପରମୁହାଁ ରହିଛି । ଏଚଡିଏଫସି, ଏଚଡିଏଫସି ବ୍ୟାଙ୍କ, ଆଇଟିସି ଓ ଭାରତୀ ଏୟାରଟେଲ ସେୟାର ବଢିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 256.71 ପଏଣ୍ଟ ବଢି 49,206.47 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 98.35 ପଏଣ୍ଟ ବଢି 14,823.15 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ 2 ପ୍ରତିଶତରୁ ଅଧିକ ବୃଦ୍ଧି ସହ ଏଚଡିଏଫସି ସବୁଠୁ ଅଧିକ ଲାଭ ରେକର୍ଡ କରିଛି । ଏହା ପରେ ବଜାଜ ଫିନସର୍ଭ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏନଟିପିସି , ଭାରତୀ ଏୟାରଟେଲ , ଅଲ୍ଟ୍ରାଟେକ ସିମେଣ୍ଟ ଏବଂ ଓଏନଜିସି ସେୟାରରେ ଲାଭ ରହିଛି । ଏହା ବିପରୀତ ବଜାଜ ଅଟୋ, ବଜାଜ ଫାଇନାନ୍ସ , ଇମ୍ଫୋସିସ ଓ କୋଟାକ ବ୍ୟାଙ୍କ ସେୟାରରେ ହ୍ରାସ ଦେଖାଦେଇଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବଜାରର ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି ହ୍ରାସ ହୋଇ 67.92 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.