ETV Bharat / business

ବଜାରରେ ଖୁସିର ଝଲକ, ସର୍ବୋଚ୍ଚ ସ୍ତରରେ ସେନସେକ୍ସ

author img

By

Published : Jan 16, 2020, 1:12 PM IST

ବଜାର ବଳବାନ । ଅଭିବୃଦ୍ଧି ସହ ଖୋଲିଲା ଗୁରୁବାର ମାର୍କେଟ । ଆମେରିକା-ଚୀନ ଟ୍ରେଡ ବୁଝାମଣାର ପ୍ରଥମ ପର୍ଯ୍ୟାୟ ହସ୍ତାକ୍ଷର ସହ ବଜାରରେ ଖୁସିର ମାହୋଲ ।

sensex hits 42000 for first time nifty at record high
ବଜାରରେ ଖୁସିର ଝଲକ, ସର୍ବୋଚ୍ଚ ସ୍ତରରେ ସେନସେକ୍ସ

ମୁମ୍ବାଇ: ବଜାର ବଳବାନ । ଅଭିବୃଦ୍ଧି ସହ ଖୋଲିଲା ଗୁରୁବାର ମାର୍କେଟ । ଆମେରିକା-ଚୀନ ଟ୍ରେଡ ବୁଝାମଣାର ପ୍ରଥମ ପର୍ଯ୍ୟାୟ ହସ୍ତାକ୍ଷର ସହ ବଜାରରେ ଖୁସିର ମାହୋଲ । ପ୍ରଥମ ଥର ପାଇଁ 42 ହଜାର ଛୁଇଁବା ସହ ସେନସେକ୍ସ ସର୍ବୋଚ୍ଚ ରେକର୍ଡ ସୃଷ୍ଟି କରିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 32.98 ପଏଣ୍ଟ ବଢି 41,905.71 କାରବାର ଆରମ୍ଭ କରିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ପାଖାପାଖି 9.70 ପଏଣ୍ଟ ଅଭିବୃଦ୍ଧି ସହ 12,353 ରେ ଖୋଲିଛି ।

ବହୁ ଦିନ ଧରି ଏହି 2 ମହାଶକ୍ତି ମଧ୍ୟରେ ଲାଗି ରହିଥିବା ବ୍ୟାପର ଯୁଦ୍ଧ ଯୋଗୁଁ ବିଶ୍ବ ବଜାର ଅସ୍ଥିର ହୋଇପଡିଥିଲା । ହେଲେ ପ୍ରଥମ ଚରଣର ବୁଝାମଣା ସହମତି ସହ 2 ଦେଶର ତିକ୍ତତା କମୁଛି । ଏହା ପ୍ରଭାବରେ ନିବେଶକ ଅଧିକ ଟଙ୍କା ଲଗାଉଛନ୍ତି । ତେବେ ଦ୍ବିତୀୟ ଚରମ ବୁଝାମଣା ସ୍ବାକ୍ଷର ହେବା ପରେ ଚୀନ ଉପରେ ଲଗାଯାଇଥିବା ଆମଦାନୀ ଶୁଳ୍କ ହଟିବ ବୋଲି ସଙ୍କେତ ଦେଇଛନ୍ତି ଟ୍ରମ୍ପ । ଏହି ଖବରରେ ସେନସେକ୍ସ ବହୁ ସେୟାର ସବୁଜ ସଙ୍କେତ ସହ କାରବାର କରୁଛି ।

Intro:Body:

bgbn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.