ETV Bharat / business

ସୀମା ବିବାଦ ଟେନସନ, ଅସ୍ଥିରତା ସହ ବଜାର ବନ୍ଦ

author img

By

Published : Jun 17, 2020, 6:31 PM IST

ହ୍ରାସ-ବୃଦ୍ଧି ସହ ବୁଧବାର କାରବାର ବନ୍ଦ । ଚୀନ-ଭାରତ ମଧ୍ୟରେ ସୀମା ବିବାଦ, କୋରୋନାରେ ମୃତ୍ୟୁ ସଂଖ୍ୟ ବୃଦ୍ଧି ଆଦି ମଧ୍ୟରେ ନିବେଶକ ଆତଙ୍କିତ । ଫଳରେ ସେୟାର ସୂଚକାଙ୍କ ତଳମୁହାଁ ରହିଛି । ଅଧିକ ପଢନ୍ତୁ..

sensex down
ସୀମା ବିବାଦ ଟେନସନ, ଅସ୍ଥିରତା ସହ ବଜାର ବନ୍ଦ

ମୁମ୍ବାଇ: ଚୀନ ସହ ସୀମା ବିବାଦ ଓ ଅର୍ଥନୀତି ପୁନରୁଦ୍ଧାର ଉପରେ କୋରୋନା ମାଡ ଚିନ୍ତା ମଧ୍ୟରେ ବଜାରେ ହ୍ରାସ ଦେଖାଦେଇଛି । ବୁଧବାର ଅସ୍ଥିର ବଜାରରେ ଆଶା-ଆଶଙ୍କାର ସହ କାରବାର ବନ୍ଦ କରିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 97.30 ପଏଣ୍ଟ ହ୍ରାସ ପାଇ 33,507.92ରେ ବନ୍ଦ ହୋଇଛି । କାରବାର ମଧ୍ୟରେ ଏହା 34 ହଜାର ନିକଟତର ହୋଇଥିବା ବେଳେ ପୁଣି ଖସି 33,332 ରହିଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସୂଚକାଙ୍କ ନିଫ୍ଟି 32.85 ପଏଣ୍ଟ କମି 9,881.15 ପଏଣ୍ଟରେ ବନ୍ଦ ହୋଇଛି । ବୁଧବାର କାରବାର ସମୟରେ ଏହା 10 ହଜାର ଟପିଥିଲା । ହେଲେ ପରବର୍ତ୍ତୀ ସମୟରେ ପୁଣି ହ୍ରାସ ପାଇଛି ।

କାରବାରୀଙ୍କ କହିବା ଅନୁସରେ ଚୀନ ସହ ସମା ବିବାଦ, ବିଦେଶୀ ପୁଞ୍ଜି ପ୍ରବାହ, କୋଭିଡ-19 ମାମଲା ବୃଦ୍ଧି ଆଦି ନିବେଶକଙ୍କୁ ପ୍ରଭାବିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.