ETV Bharat / business

86 ପଏଣ୍ଟ ଚଢିଛି ସେନସେକ୍ସ, ନିଫ୍ଟି 12,700 ପଏଣ୍ଟ ଟପିଲା

ଶୁକ୍ରବାର ପ୍ରଫିଟରେ ବନ୍ଦ ବଜାର । ସେନସେକ୍ସ 3,443 ପଏଣ୍ଟରେ କାରବାର ବନ୍ଦ କରିଥିବା ବେଳେ ନିଫ୍ଟି 29.15 ପଏଣ୍ଟ ବଢିବା ସହ 12,719.95 ପଏଣ୍ଟରେ ପହଞ୍ଚିଛି । ଅଧିକ ପଢନ୍ତୁ..

86 ପଏଣ୍ଟ ଚଢିଛି ସେନସେକ୍ସ , ନିଫ୍ଟି 12,700 ପଏଣ୍ଟ ଟପିଲା

author img

By

Published : Nov 13, 2020, 6:23 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ହ୍ରାସ-ବୃଦ୍ଧି ମଧ୍ୟରେ ଫାଇନାନ୍ସ ସେୟାରରେ ସୁଧାର ଦେଖାଦେଇଛି । ଏହାର ପ୍ରଭାବରେ ସେନସେକ୍ସ 86 ପଏଣ୍ଟ ବୃଦ୍ଧି ପାଇଛି । ଯେତେବେଳେ କି ନିଫ୍ଟି 12,700 ପଏଣ୍ଟ ସ୍ତର ପାର କରିବାରେ ସଫଳ ରହିଛି ।

ବିଏସଇର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 85.81 ପଏଣ୍ଟ ମଜୁବୁତ ହୋଇ 43,443 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିଭଳି ଏନଏସଇ ନିଫ୍ଟି ମଧ୍ୟ 29.15 ପଏଣ୍ଟ ବଢିବା ସହ 12,719.95 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର କମ୍ପାନୀରେ ବଜାଜ ଫିନସର୍ଭ ସର୍ବାଧିକ ପାଖାପାଖୀ 4 ପ୍ରତିଶତ ବଢିଛି । ଏହା ବ୍ୟତିତ ଟାଟା ଷ୍ଟିଲ, ଆଇସିଆଇସିଆଇ ବ୍ଯାଙ୍କ, ଏକ୍ସିସ ବ୍ୟାଙ୍କ, ବଜାଜ ଫାଇନାନ୍ସ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ସେୟାର ଉପରମୁହାଁ ଅଛି ।

ଅନ୍ୟୁପଟେ ଏଚଡିଏଫସି , ଏଚଡିଏଫସି ବ୍ୟାଙ୍କ, ଟେକ ମହିନ୍ଦ୍ରା, ଭାରତୀ ଏୟାରଟେଲ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ଟିସିଏସର ସେୟାରରେ ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.