ETV Bharat / business

କମିଲା ଜିଡିପି ଆକଳନ, ଖସିଲା ପୁଞ୍ଜି ବଜାର

author img

By

Published : Oct 4, 2019, 3:29 PM IST

କମିଲା ଆରବିଆଇ ଜିଡିପି ଆକଳନ। ଖସିଲା ପୁଞ୍ଜି ବଜାର। ସକାଳୁ ଉପରମୁହାଁ ସେନସେକ୍ସ ଏବେ 360 ପଏଣ୍ଟ ଖସି 37,746.49ରେ ରହିଛି। ସେପଟେ ନିଫ୍ଟି ବି କମି 11,189ରେ କାରବାର କରୁଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଚିତପଟାଙ୍ଗ ସେୟାର ବଜାର । ଆରମ୍ଭରୁ ଭାରୀ ଅଭିବୃଦ୍ଧିର ସହ ଉଛୁଳୁଥିବା ବଜାର ଏବେ ରେଡ ଆଲର୍ଟରେ କାରବାର କରୁଛି । ସେନସେକ୍ସ ଓ ନିଫ୍ଟି ଭାରୀ ହ୍ରାସ ସହ ତଳମୁହାଁ ରହିଛି।

ଶୁକ୍ରବାର ଦ୍ୱିପ୍ରହରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 360 ପଏଣ୍ଟ ଖସି 37,746.49ରେ ରହିଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 125ପଏଣ୍ଟର ହ୍ରାସ ପାଇ 11,189ରେ କାରବାର କରୁଛି।

ସକାଳେ ରେପୋରେଟ ଦର ହ୍ରାସ ଆଶାରେ ବଜାର ଉପରମୁହାଁ ରହିଥିଲା । କାରବାର ଆରମ୍ଭରୁ ସେୟାର ସୂଚକାଙ୍କ ଭାରୀ ମାତ୍ରାରେ ଉଛୁଳୁଛିଥିଲା। ଗତ 3 ଦିନ ଧରି ଚାଲିଥିବା ଆରବିଆଇ ଚତୁର୍ଥ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଆଜି ଶେଷ ହୋଇଛି । ଏଥିରେ ଜିଡିପି ଅଭିବୃଦ୍ଧି ଅନୁମାନକୁ 6.9ରୁ କମାଇ 6.1ପ୍ରତିଶତ କରାଯାଇଛି । ଫଳରେ କ୍ଷତି ଆଶଙ୍କାରେ ନିବେଶକ ଟଙ୍କା ଫେରସ୍ତ ନେଉଛନ୍ତି। ଯେଉଁଥିପାଇଁ ସେୟାର ସୂଚକାଙ୍କ ଖସିବାରେ ଲାଗିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.