ETV Bharat / business

ଲଗାତାର 5 ଦିନ ବଜାର ମାନ୍ଦା, କ୍ଷତିରେ ନିବେଶକ

author img

By

Published : Mar 18, 2021, 6:30 PM IST

ସେୟାର ସୂଚକାଙ୍କ ତଳମୁହାଁ ସହ ସେନସେକ୍ସ 49, 200 ପଏଣ୍ଟ ନିକଟତର ରହିଥିଲାବେଳେ ନିଫ୍ଟି 14,557 ପଏଣ୍ଟରେ ବନ୍ଦ ହୋଇଛି । ଏଚସିଏଲ ଟେକ, ଇମ୍ଫୋସିସ ଆଦି ଟପ ସେୟାର ରହିଛି । ଅଧିକ ପଢନ୍ତୁ..

ଲଗାତାର 5 ଦିନ ବଜାର ମାନ୍ଦା, କ୍ଷତିରେ ନିବେଶକ
ଲଗାତାର 5 ଦିନ ବଜାର ମାନ୍ଦା, କ୍ଷତିରେ ନିବେଶକ

ମୁମ୍ବାଇ: ଆଜିକୁ ଲଗାତାର 5 ଦିନ ଧରି କ୍ଷତିରେ ବନ୍ଦ ହେଉଛି ପୁଞ୍ଜି ବଜାର । ଗୁରୁବାର କାରବାର ରେଡ ଆଲର୍ଟରେ ବନ୍ଦ ହୋଇଛି । ଫଳରେ ନିବେଶକଙ୍କ ଲକ୍ଷାଧିକ କୋଟି ଟଙ୍କା ବୁଡିଯାଇଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 585.10 ପଏଣ୍ଟ ହ୍ରାସ ହୋଇ 49,216.52 ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 163.45 ପଏଣ୍ଟ କମି 14,557.85 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର 30 କମ୍ପାନୀ ମଧ୍ୟରୁ 9ଟିକୁ ବାଦ ଦେଲେ ଅନ୍ୟ ସମସ୍ତ ଇଣ୍ଡେକ୍ସ ରେଡ ଆଲର୍ଟରେ ବନ୍ଦ ହୋଇଛି । ଏଚସିଏଲ ଟେକ୍ନୋଲୋଜିର ସେୟାର ପ୍ରାୟ 4 ପ୍ରତିଶତ ହ୍ରାସ ହୋଇଛି । ଡ ରେଡ୍ଡୀଜ , ଇମ୍ଫୋସିସର ସେୟାରର ମଧ୍ୟ 3 ପ୍ରତିଶତରୁ ଅଧିକ ହ୍ରାସ ହୋଇଛି । ପୂରା ଦିନର କାରବାରରେ ସନେସେକ୍ସ 50,296.35 ପଏଣ୍ଟର ସର୍ବୋଚ୍ଚ ସ୍ତର ଓ ସର୍ବନିମ୍ନ 48,962.36 ପଏଣ୍ଟ ଛୁଇଁଥିଲା ।

ସେହିଭଳି ନିଫ୍ଟିରେ ଏଫଏମସିଜି ଓ ମେଟାଲ ସେୟାରକୁ ବାଦ ଦେଇ ଅନ୍ୟ ସବୁ ସେକ୍ଟୋରଲ ଇଣ୍ଡକ୍ସ ରେଡ ଆଲର୍ଟରେ ବନ୍ଦ ହୋଇଛି । ସବୁଠୁ ଅଧିକ 3 ପ୍ରତିଶତ ହ୍ରାସ ଆଇଟି ସେୟାରରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.