ETV Bharat / business

750 ପଏଣ୍ଟ ଉଛୁଳିଲା ସେନସେକ୍ସ, ଅଟୋ-ମେଟାଲ ସେୟାର ଉପରମୁହାଁ

author img

By

Published : Mar 1, 2021, 7:42 PM IST

ଅଟୋ, ମେଟାଲ ସୂଚକାଙ୍କ ଉପରମୁହାଁ ସହ ସେନସେକ୍ସ ଉଛୁଳିଛି । ସେପଟେ ନିଫ୍ଟି ବି ବୃଦ୍ଧି ହୋଇ 14,761.55 ପଏଣ୍ଟରେ ପହଞ୍ଚିଛି । ଅଧିକ ପଢନ୍ତୁ...

750 ପଏଣ୍ଟ ଉଛୁଳିଲା ସେନସେକ୍ସ, ଅଟୋ ଏବଂ ମେଟାଲ ସେୟାର ଉପମୁହାଁ

ମୁମ୍ବାଇ: ଆର୍ଥିକ ଅଭିବୃଦ୍ଧି ସକରାତ୍ମକ ପରିସରକୁ ଆସିବା ପରେ ବିଏସଇ ସେନସେକ୍ସ ସୋମବାର ପ୍ରାୟ 750 ପଏଣ୍ଟ ଉଛୁଳି ବନ୍ଦ ହୋଇଛି । ଏନଏସଇ ନିଫ୍ଟି ମଧ୍ୟ 232 ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି ।

ଆଜିର କାରବାର ମଧ୍ୟରେ ଅଟୋ , ମେଟାଲ ଏବଂ ବ୍ୟାଙ୍କିଙ୍ଗ ସେକ୍ଟରର ସେୟାର ବଢିବାବେଳେ ଆଇଟି ସେକ୍ଟର ତଳମୁହାଁ ରହିଛି । ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 749.85 ପଏଣ୍ଟ ବଢି 49,849.84 ପଏଣ୍ଟ ରହିଛି । ଶୁକ୍ରବାର ଏହା 49,099.99 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 232.40 ପଏଣ୍ଟ ବଢି 14,761.55 ପଏଣ୍ଟ ରହିଛି ।

ଚଳିତ ଆର୍ଥିକ ବର୍ଷ ଆରମ୍ଭର 2 ତ୍ରୟମାସରେ ଆର୍ଥିକ ଅଭିବୃଦ୍ଧି ହାର ନେଗେଟିଭ ରହିବା ପରେ ତୃତୀୟ ତ୍ରୟମାସ ଅକ୍ଟୋବର- ଡିସେମ୍ବରରେ ବୃଦ୍ଧି ହୋଇଛି । ଶୁକ୍ରବାର ପ୍ରକାଶିତ ଏହି ରିପୋର୍ଟ ପରେ ବଜାର ବୃଦ୍ଧିରେ ବନ୍ଦ ହୋଇଛି । ଆଜିର କାରବାରର କିଛି ସମୟ ପରେ ସେନସେକ୍ସ 50 ହଜାର ଉପରକୁ ଚାଲିଯାଇଥିବା ବେଳେ ଶେଷରେ ଏହା 49,849.84 ପଏଣ୍ଟରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.