ETV Bharat / business

ସବୁଜ ସଙ୍କେତ ସହ ସେନସେକ୍ସ କାରବାର 500 ପଏଣ୍ଟ ଓ ନିଫ୍ଟି 9,350 ଶୀର୍ଷରେ

author img

By

Published : May 8, 2020, 1:22 PM IST

ସବୁଜ ସଙ୍କେତ ସହ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାରବାର ଆରମ୍ଭ କରିଛି। ବିଏସଇ ସେନସେକ୍ସ 513 ପଏଣ୍ଟ ବୃଦ୍ଧି ପାଇଁ ସକାଳ 9.26 ସୁଦ୍ଧା 32.083.32 ପଏଣ୍ଟରେ ପହଞ୍ଚିଛି।

sensex-  climbs-over-500-points
ସବୁଜ ସଙ୍କେତ ସହ ସେନସେକ୍ସ କାରବାର 500 ପଏଣ୍ଟ ଓ ନିଫ୍ଟି 9,350 ଶୀର୍ଷରେ

ନୂଆଦିଲ୍ଲୀ: ଲକଡାଉନ ପାଇଁ ଚାରିଆଡେ ଜାରି ରହିଛି ମାନ୍ଦାବସ୍ଥା। ହେଲେ ଏହା ଭିତରେ ସବୁଜ ସଙ୍କେତ ସହ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାରବାର ଆରମ୍ଭ କରିଛି।

ବିଏସଇ ସେନସେକ୍ସ 513 ପଏଣ୍ଟ ବୃଦ୍ଧି ପାଇଁ ସକାଳ 9.26 ସୁଦ୍ଧା 32.083.32 ପଏଣ୍ଟରେ ପହଞ୍ଚିଛି। ତେବେ ସେନସେକ୍ସ ବୃଦ୍ଧି ନିବେଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି। ଅନ୍ୟପଟେ ନିଫ୍ଟି 125.10 ପଏଣ୍ଟ ବୃଦ୍ଧି ହୋଇ 31,957.37 ରେ ପହଞ୍ଚିଛି।

ଆଜି ସକାଳେ ସେନସେକ୍ସ ବୃଦ୍ଧି ଯୋଗୁ ଆର୍ଥିକ ସେବା ପ୍ରଦାନ କରୁଥିବ ସଂସ୍ଥା ଗୁଡିକର ସେୟାର ବୃଦ୍ଧି ପାଇଛି ସେମାନେ ହେଲେ, ଓଏମଜିସି, ଆକ୍ସିସ୍ ବ୍ୟାଙ୍କ, ଇଣ୍ତସ ଲ୍ୟାଣ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏମ ଆଣ୍ଡ ଏମ, ଟିସିଏସ, କୋଟାକ୍ ବ୍ୟାଙ୍କ, ହଲ୍ ଏବଂ ଟେକ୍ ମହିନ୍ଦ୍ରାର 0.84 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଗୁରୁବାର ବିଏସଇ ସେନସେକ୍ସ 242.37 ପଏଣ୍ଟ ହ୍ରାସ ପାଇ 31,443.38 ରେ କାରବାର ବନ୍ଦ କରି 0.76 ପ୍ରତିଶତ ହ୍ରାସ ପାଇଛି । ସେହିପରି ନିଫ୍ଟି 71.85 ପଏଣ୍ଟ ବା 0.78 ପ୍ରତିଶତ ହ୍ରାସ ପାଇ 9,199.05 ରେ ପହଞ୍ଚିଛି।

ସୂଚନା ଅନୁସାରେ, କୋଭିଡ୍ 19 ମହାମାରୀ ପାଇଁ ଦେଶବ୍ୟାପି ତାଲାବନ୍ଦ ଘୋଷଣା କରାଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଏହା ମେ 17 ପର୍ଯ୍ୟନ୍ତ ଜାରି ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.