ETV Bharat / business

ରେକର୍ଡ ଭାଙ୍ଗିଲା ବଜାର, 40 ହଜାର 300 ପାର କରିଛି ସେନସେକ୍ସ

ନୂଆ ରେକର୍ଡ ମୁଡରେ ନିବେଶକ । ଆରବିଆଇର ରେପୋର୍ଟ ଦର ହ୍ରାସ ଲକ୍ଷ୍ୟରେ ଉପରମୁହାଁ ସେୟାର । ମେ 23 ପରେ ସେନସେକ୍ସ 40 ହଜାର  ଓ ନିଫ୍ଟି 12 ହଜାର ଟପି କାରବାର ବନ୍ଦ କରିଛି ।

author img

By

Published : Jun 3, 2019, 5:05 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରୁ ରେକର୍ଡ ରୁଟରେ ସେୟାର ବଜାର । ରେପୋରେଟ ଦର କମିବା ଆଶାରେ ଉଛୁଳିଛି ସେୟାର ସୂଚକାଙ୍କ । କାରବାର ବନ୍ଦ ବେଳକୁ ସେନସେକ୍ସ 40 ହଜାର ଓ ନିଫ୍ଟି 12 ହଜାର ଟପି ନୂଆ ରେକର୍ଡ ସୃଷ୍ଟି କରିଛି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 553 ପଏଣ୍ଟ ବୃଦ୍ଧି ପାଇ 40,308.90 ରହିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 166 ପଏଣ୍ଟ ବୃଦ୍ଧି ସହ 12,103.05 ରେ କାରବାର ବନ୍ଦ କରିଛି ।

ସେନସେକ୍ସର 30 ସେୟାର ମଧ୍ୟରୁ 24ଟି ଦ୍ରୁତ ଗତିରେ ବଢିଥିବା ଦେଖାଦେଇଛି । ବିଶେଷ କରି ଅଟୋ, ଏଫଏମସିଜି , ମେଟାଲ ଓ ଆଇଟି ଆଦି ସେୟାର ଭଲ ପ୍ରଫିଟ କମାଇଛି । ତେବେ କିଛି କାରଣ ଯୋଗୁଁ ସରକାରୀ ବ୍ୟାଙ୍କଗୁଡିକ ରେର୍ଡ ଆଲର୍ଟରେ ସଂଘର୍ଷ କରିଥିବା ଦେଖାଦେଇଛି । କିନ୍ତୁ ଘରୋଇ ବ୍ୟାଙ୍କ ଓ ଫାଇନାସିଆଲ ସର୍ଭିସ ଇଣ୍ଡେକ୍ସରେ ଅଭିବୃଦ୍ଧି ପରିଲିଖିତ ହୋଇଛି ।

ସୋମବାର ସକାଳୁ ସେନସେକ୍ସ 100 ପଏଣ୍ଟରୁ ଊର୍ଦ୍ଧ୍ବ ବୃଦ୍ଧି ସହ ଓ ନିଫ୍ଟି 25 ଅଙ୍କ ଉପରକୁ ଉଠି କାରବାର ଆରମ୍ଭ କରିଥିଲେ । ଏହା ପରେ ସକାଳ 9.25 ପରେ ସେନସେକ୍ସ 39 ହଜାର 870କୁ ପାର କରି କାରବାର କରୁଥିଲା ।

କହି ରଖୁଛୁ ଯେ, ଶୁକ୍ରବାର ସେନସେକ୍ସ ବହୁ ହ୍ରାସ-ବୃଦ୍ଧି ସହ 118 ପଏଣ୍ଟ ଖସି 39 ହଜାର 714ପରେ ବନ୍ଦ ହୋଇଥିଲା ।

Intro:Body:

sdfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.