ETV Bharat / business

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ବ୍ୟାଙ୍କ ଯିବା ପୂର୍ବରୁ ଜାଣିରଖନ୍ତୁ...

ଭାରତୀୟ ଷ୍ଟେଟ ବ୍ୟାଙ୍କ State Bank of India (SBI)ରେ ଆପଣଙ୍କ ସେବାରେ ଉପୁଜିପାରେ ବାଧା । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
author img

By

Published : Sep 12, 2021, 7:52 PM IST

ନୂଆଦିଲ୍ଲୀ: ଆଧାର ସହ ପାନ କାର୍ଡକୁ ଲିଙ୍କ୍‌ କରାଇନଥିବା ଉପଭୋକ୍ତାଙ୍କ ପାଇଁ ବଡ ଖବର । ଭାରତୀୟ ଷ୍ଟେଟ ବ୍ୟାଙ୍କ State Bank of India (SBI)ରେ ଆପଣଙ୍କ ସେବାରେ ଉପୁଜିପାରେ ବାଧା । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କୁ ଚେତାବନୀ ଦେଇ ଖାତା ଧାରକଙ୍କୁ ସେମାନଙ୍କ ପାନ୍‌ ନମ୍ବର ସହିତ ଆଧାର କାର୍ଡ ଲିଙ୍କ୍‌ କରାଇାକୁ କହିଛି । ସେପ୍ଟେମ୍ବର 30 ଶେଷ ସୁଦ୍ଧା ଲିଙ୍କ କରିବାକୁ ଅନୁରୋଧ କରିଛି ଏସବିଆଇ ।

ଟ୍ବିଟରରେ ଏସବିଆଇ କହିଛି ଯେ କୌଣସି ଅସୁବିଧାକୁ ଏଡାଇବା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କ ପାନ୍‌ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ପରାମର୍ଶ ଦେଇଛି। ବ୍ୟାଙ୍କ ମଧ୍ୟ ଚେତାବନୀ ଦେଇଛି ଯେ ଯଦି ଗ୍ରାହକମାନେ ସମୟସୀମା ମଧ୍ୟରେ ଆଧାର ସହିତ ପାନ୍‌କୁ ଲିଙ୍କ ନକରନ୍ତି ତେବେ ସେବା ଉପଲବ୍ଧ ହେବାରେ ଅସୁବିଧାର ସମ୍ମୁଖୀନ ହେବେ ।

ସେବା ଜାରି ରଖିବା ପାଇଁ ଗ୍ରାହକମାନେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଲିଙ୍କ କରାଇନେବା ଉଚିତ ବୋଲି ବ୍ୟାଙ୍କ ନିଜ ଟ୍ବିଟରେ କହିଛି । ଏସବିଆଇ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ପାନ୍‌କୁ ଆଧାର କାର୍ଡ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ।

ଜାଣନ୍ତୁ ଆଧାର କାର୍ଡ ସହିତ ପାନ୍‌କୁ କିପରି ସହଜରେ ଲିଙ୍କ୍ କରିବେ...

  • ଆୟକର ବିଭାଗର ୱେବସାଇଟ୍ ଯାଆନ୍ତୁ ।
  • ଆଧାର ଲିଙ୍କରେ କ୍ଲିକ କରନ୍ତୁ ।
  • ଆପଣଙ୍କର ଆଧାର ଏବଂ ପାନ କାର୍ଡ ବିବରଣୀ ଦିଅନ୍ତୁ ।
  • 'ଆଧାର ଲିଙ୍କ୍‌' ବିକଳ୍ପ ଚୟନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.