ETV Bharat / business

ଦୁର୍ବଳ ଡଲାର, ଟଙ୍କା 17 ପଇସା ମଜବୁତ

author img

By

Published : Jun 22, 2020, 7:50 PM IST

ଆଜି ଦୁନିଆର ଅନ୍ୟ ସବୁ ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ହୋଇଛି । ଫଳରେ ଏହାର ସକରାତ୍ମକ ପ୍ରଭାବ ଟଙ୍କା ଉପରେ ପଡିଛି ।

rupee up by 17 paise against us dollar
ଦୁର୍ବଳ ଡଲାର , ଟଙ୍କା 17 ପଇସା ମଜବୁତ

ମୁମ୍ବାଇ: ବିଦେଶୀ ପୁଞ୍ଜି ପ୍ରବାହ ଜାରି ମଧ୍ୟରେ ସେୟାର ବଜାରରେ ଦେଖାଦେଇଛି ଅଭିବୃଦ୍ଧି । ଏଥିସହ ସୋମବାର ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଛି । 17 ପଇସା ବୃଦ୍ଧି ପାଇ ଟଙ୍କାର ବିନିମୟ ମୁଲ୍ୟ 76.03 ରେ ବନ୍ଦ ହୋଇଛି ।

ବିଦେଶୀ ମୁଦ୍ରା କାରବାରୀଙ୍କ ଅନୁସାରେ, ଆଜି ଦୁନିଆର ଅନ୍ୟ ସବୁ ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ହୋଇଛି । ଫଳରେ ଏହାର ସକରାତ୍ମକ ପ୍ରଭାବ ଟଙ୍କା ଉପରେ ପଡିଛି ।

ସୋମବାର ବିଦେଶୀ ମୁଦ୍ରା ବଜାରରେ କାରବାର ଆରମ୍ଭରେ ଟଙ୍କାର ବିନିମୟ ମୁଲ୍ୟ 76.16 ରେ ଖୋଲିଥିଲା । ପରେ କାରବାର ମଧ୍ୟରେ ଏଥିରେ ସୁଧାର ଆସି 75.98 ଟଙ୍କାରେ ପହଞ୍ଚିଥିଲା । ଶେଷରେ ଡଲାର ସାମାନ୍ୟ ବଢିଥିବାରୁ ଘରୋଇ ମୁଦ୍ରା 76.03 ରେ ବନ୍ଦ ହୋଇଛି । ଶୁକ୍ରବାର ଟଙ୍କା 76.20 ରେ କାରବାର ବନ୍ଦ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.