ମୁମ୍ବାଇ: ବଢୁଛି କୋଭିଡ-19 ବିସ୍ଫୋରକ । ସଂକ୍ରମଣ ପ୍ରତିହତ ପାଇଁ ଦେଶର କିଛି ସ୍ଥାନରେ ସଟଡାଉନ ସହ ଜାରି ହୋଇଛି ନାଇଟ କର୍ଫ୍ୟୁ । ଆଗକୁ ସ୍ଥିତି ଅନିଶ୍ଚିତତା ଆଶଙ୍କା କରି ନିବେଶକ ଏବେ ଆତଙ୍କିତ । ଆଉ ଏଥିମଧ୍ୟରେ ବିଦେଶୀ ମୁଦ୍ରା ବିନିମୟ ବଜାରରେ ସୋମବାରର ଆମେରକୀୟ ଡଲାର ତୁଳନାରେ ଦୁର୍ବଳ ହୋଇଛି ଟଙ୍କା ।
ଆଜି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 52 ପଇସା ହ୍ରାସ ହୋଇ 74.87ରେ ବନ୍ଦ ହୋଇଛି । ଅନ୍ତରବ୍ୟାଙ୍କ ବିଦେଶୀ ବଜାରରେ ଡଲାର ତୁଳନାରେ ଟଙ୍କା 74.80 ରେ ଖୋଲିଥିଲା ବେଳେ କାରବାର ସମୟରେ ସର୍ବୋଚ୍ଚ ସ୍ତର 74.79 ଓ ସର୍ବନିମ୍ନ 75.05 ରହିଥିଲା । ହେଲେ ଶେଷରେ ଟଙ୍କା ଏହାର ପୂର୍ବ କାରବାର ବନ୍ଦ ତୁଳନାରେ 52 ପଇସା କମିଛି । ଶୁକ୍ରବାର ଟଙ୍କା , ଡଲାର ତୁଳନାରେ 74.35 ରେ ବନ୍ଦ ହୋଇଥିଲା ।
ଏଥିମଧ୍ୟରେ ବିଶ୍ବର ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.49 ପ୍ରତିଶତ କମିବା ସହ 91.11 ରହିଛି ।