ETV Bharat / business

ଡଲାର ସୁଦୃଢ, ଟଙ୍କା 12 ପଇସା ଦୁର୍ବଳ

author img

By

Published : Mar 24, 2021, 10:30 PM IST

ଡଲାର ତୁଳନାରେ ଟଙ୍କା ଚିତପଟ୍ଟାଙ୍ଗ । କୋରୋନା ଚିନ୍ତା ଭିତରେ ପ୍ରମୁଖ ଏସିଆନ ମୁଦ୍ରାରେ ହ୍ରାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ଡଲାର  ସୁଦୃଢ : ଟଙ୍କା 12 ପଇସା ଦୁର୍ବଳ
ଡଲାର ସୁଦୃଢ : ଟଙ୍କା 12 ପଇସା ଦୁର୍ବଳ

ନୂଆଦିଲ୍ଲୀ: କୋରୋନା ଭାଇରସ ମାମଲା ବୃଦ୍ଧି ଭିତରେ ଘରୋଇ ବଜାରରେ କାରବାର ତଳମୁହାଁ ରହିଛି । ଏପଟେ ଡଲାର ତୁଳନାରେ ଟଙ୍କା ଚିତପଟ୍ଟାଙ୍ଗ । କୋରୋନା ଚିନ୍ତା ଭିତରେ ପ୍ରମୁଖ ଏସିଆନ ମୁଦ୍ରାରେ ହ୍ରାସ ଦେଖିବାକୁ ମିଳିଛି ।

ବିଦେଶୀମୁଦ୍ରା ବିନିମୟ ବଜାରରେ ବୁଧବାର ଆମେରକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ଦର 12 ପଇସା ହ୍ରାସ ହୋଇଛି । ଫଳରେ ଆଜି ଡଲାର ତୁଳନାରେ ଟଙ୍କା 72.55 ରେ ବନ୍ଦ ହୋଇଛି ।

ସେପଟେ ଘରୋଇ ସେୟାର ବଜାରରେ ଭାରୀ ସେଲଅଫ ଓ ବୈଶ୍ବିକ ଅଶୋଧିତ ତୈଳ ଦାମରେ ବୃଦ୍ଧି ଟଙ୍କାର ଧାରଣାକୁ ପ୍ରଭାବିତ କରିଛି ।

ଆନ୍ତବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା 72.51 କାରବାର ଆରମ୍ଭ କରିଥିଲା । ପରେ କାରୂାର ସମୟରେ ଏହା ସର୍ବନିମ୍ନ 72.51 ରୁ ସର୍ବୋଚ୍ଚ 72.69 ରହିଥିଲା । ଶେଷରେ 12 ପଇସା ଖସି ଗତ କାରବାର ବନ୍ଦ ତୁଳନାରେ 72.55 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.